ଅର୍ଥ ମନ୍ତ୍ରଣାଳୟ

୨୦୧୯-୨୦ରେ ଏମଜିଏନଆରଇଜିଏସ୍‍ରେ ମହିଳାଙ୍କ ଅଂଶଗ୍ରହଣ ହାର ୫୪.୮ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୫୮.୯ ପ୍ରତିଶତକୁ ବୃଦ୍ଧି ପାଇଛି

Posted On: 22 JUL 2024 2:26PM by PIB Bhubaneshwar

ଗ୍ରାମୀଣ ଭାରତରେ ସମନ୍ୱିତ ଏବଂ ନିରନ୍ତର ବିକାଶ ସରକାରଙ୍କ ରଣନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ବିକେନ୍ଦ୍ରୀକୃତ ଯୋଜନା, ସହଜରେ ଋଣର ପାଇବା, ମହିଳା ସଶକ୍ତୀକରଣ, ମୌଳିକ ବାସଗୃହ ଏବଂ ଶିକ୍ଷା ମାଧ୍ୟମରେ ସାମଗ୍ରିକ ଅର୍ଥନୈତିକ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ଭେ-୨୦୨୪ରେ ଏହା କହିଛନ୍ତି।

 

ଗ୍ରାମୀଣ ଭାରତରେ ଜୀବନଧାରଣର ଗୁଣବତ୍ତା ବୃଦ୍ଧି

ମୌଳିକ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଜୀବନଧାରଣର ମାନରେ ଅଗ୍ରଗତି କରିଛି ବୋଲି ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି। ମୌଳିକ ସୁବିଧା ଦୃଷ୍ଟିରୁ ୨୦୨୪ ଜୁଲାଇ ୧୦ ତାରିଖ ସୁଦ୍ଧା ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ୧୧.୫୭ କୋଟି ଶୌଚାଳୟ ଏବଂ ଜଳ ଜୀବନ ମିଶନ ଅଧୀନରେ ୧୧.୭ କୋଟି ପରିବାରକୁ ଟ୍ୟାପ୍ ଜଳ ସଂଯୋଗ କରାଯାଇଛି। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ପିଏମ-ଆବାସ-ଗ୍ରାମୀଣ ଯୋଜନାରେ ଗତ ୯ ବର୍ଷରେ (୧୦ ଜୁଲାଇ ୨୦୨୪ ସୁଦ୍ଧା) ଗରିବଙ୍କ ପାଇଁ ୨.୬୩ କୋଟି ଘର ନିର୍ମାଣ କରାଯାଇଛି ।

 

ଏହାବ୍ୟତୀତ ୨୬ ଜୁନ୍‍, ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଅଧୀନରେ ୩୫.୭ କୋଟି ରୂପେ ଡେବିଟ୍ କାର୍ଡ ଜାରି କରାଯାଇଛି ଯାହା ଦ୍ୱାରା ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ଲକ୍ଷ ୫୮ ହଜାର ଉପକେନ୍ଦ୍ର ଓ ୨୪, ୯୩୫ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗୁଁ ଗ୍ରାମାଞ୍ଚଳରେ ଜୀବନଧାରଣମାନ ବୃଦ୍ଧି ପାଇଛି।

 

ଏମଜିଏନଆରଇଜିଏସ୍‍ର ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ ଓ ଆଧୁନିକୀକରଣ କରାଯାଇଛି

ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪ରେ କୁହାଯାଇଛି ଯେ ଏମଜିଏନଆରଇଜିଏସ୍‍ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ଥିବା ବ୍ୟତିକ୍ରମକୁ ଦୂର କରିବା ପାଇଁ କାମ ପୂର୍ବରୁ, ସମୟରେ ଏବଂ ପରେ ଜିଓଟ୍ୟାଗିଂ ଏବଂ ୯୯.୯ ପ୍ରତିଶତ ଦେୟ ଜାତୀୟ ଇଲେକ୍ଟ୍ରୋନିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ହୋଇଥାଏ।

ସର୍ବେକ୍ଷଣରେ କୁହାଯାଇଛି ଯେ ଏମଜିଏନଆରଇଜିଏସ୍‍ ଶ୍ରମ-ଦିବସ ସୃଷ୍ଟି ଏବଂ ଶ୍ରମ-ଦିବସ ସହିତ ମହିଳା ଅଂଶଗ୍ରହଣ ହାରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଯାହା ୨୦୧୯-୨୦ରେ ୨୬୫.୪ କୋଟିରୁ ୨୦୨୩-୨୪ରେ ୩୦୯.୨ କୋଟିକୁ ବୃଦ୍ଧି ପାଇଛି (ଏମଆଇଏସ ଅନୁଯାୟୀ) ଏବଂ ମହିଳା ଅଂଶଗ୍ରହଣ ହାର ୨୦୧୯-୨୦ରେ ୫୪.୮ ପ୍ରତିଶତରୁ ୨୦୨୩-୨୪ରେ ୫୮.୯ ପ୍ରତିଶତକୁ ବୃଦ୍ଧି ପାଇଛି।

 

ଅର୍ଥନୈତିକ ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସ୍ଥାୟୀ ଜୀବିକା ବିବିଧତା ପାଇଁ ଏମଜିଏନଆରଇଜିଏସ୍‍ ଏକ ସମ୍ପଦ ସୃଷ୍ଟି କାର୍ଯ୍ୟକ୍ରମରେ ପରିଣତ ହୋଇଛି, ଯାହା ଆର୍ଥିକ ବର୍ଷ ୨୦୧୪ରେ ବ୍ୟକ୍ତିଗତ ଜମିରେ ହିତାଧିକାରୀ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ୯.୬ ପ୍ରତିଶତରୁ ୨୦୨୪ ଆର୍ଥିକ ବର୍ଷରେ ୭୩.୩ ପ୍ରତିଶତକୁ ବୃଦ୍ଧି ପାଇଛି।

 

ତୃଣମୂଳ ସ୍ତରରେ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା

ସୁଲଭ ଅର୍ଥର ନିରବଚ୍ଛିନ୍ନ ଉପଲବ୍ଧତା ଏବଂ ଲାଭଜନକ ବଜାର ସୁଯୋଗ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ସରକାର ଅନେକ ପଦକ୍ଷେପକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରି ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛନ୍ତି । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ), ଲଖପତି ଦିଦି ପଦକ୍ଷେପ ଏବଂ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକେୱାଇ) ଭଳି ଯୋଜନା ଏବଂ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ଏବଂ ସହଜରେ ଆର୍ଥିକ ସୁବିଧା ସୃଷ୍ଟି କରିଛି ।

 

ଗ୍ରାମୀଣ ପ୍ରଶାସନ ପାଇଁ ଡିଜିଟାଇଜେସନ୍ ପଦକ୍ଷେପ

ଇ-ଗ୍ରାମ ସ୍ୱରାଜ, ସ୍ୱାମିତ୍ଵ ଯୋଜନା, ଭୂ-ଆଧାର ଭଳି ଡିଜିଟାଇଜେସନ୍ ପଦକ୍ଷେପ ଗ୍ରାମୀଣ ପ୍ରଶାସନରେ ଉନ୍ନତି ଆଣିଛି। ସ୍ୱାଭିମାନ ଯୋଜନାରେ ୨.୯୦ ଲକ୍ଷ ଗ୍ରାମର ଡ୍ରୋନ ସର୍ଭେ ଶେଷ ହୋଇଥିବା ବେଳେ ୧.୬୬ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ୨୦୧୫ରୁ ୨୦୨୧ ମଧ୍ୟରେ ଗ୍ରାମୀଣ ଇଣ୍ଟରନେଟ୍ ସଂଯୋଗ ନେବାରେ ୨୦୦ ପ୍ରତିଶତ ବୃଦ୍ଧି ହୋଇଛି ଯାହା ଗ୍ରାମ ଓ ପ୍ରଶାସନିକ ମୁଖ୍ୟାଳୟ ମଧ୍ୟରେ ଦୂରତା ହ୍ରାସ ପାଇବା ସହିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବ ।

 

HS



(Release ID: 2035412) Visitor Counter : 40