ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଭିନ୍ନ ସଂସ୍କୃତି ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ର କରିବା ଏବଂ ଏକଜୁଟ କରିବାର ଶକ୍ତି ପାଲଟିଛି ଯୋଗ: ପ୍ରଧାନମନ୍ତ୍ରୀ

Posted On: 21 JUN 2024 9:15PM by PIB Bhubaneshwar

 

ଦଶମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବିଶ୍ୱବ୍ୟାପୀ ବଭିିନ୍ନ ବ୍ୟକ୍ତି ବିଶେଷ, ସମ୍ପ୍ରଦାୟ ଏବଂ ସଙ୍ଗଠନ ବଡ଼ ଧରଣର ଯୋଗାଭ୍ୟାସ ପାଇଁ ସାମଗ୍ରିକ ଭାବେ ଆଗେଇ ଆସିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଦଶମ ଆନ୍ତର୍ଜାତିକ ଯୋଗ ବିଶ୍ୱବ୍ୟାପୀ ବ୍ୟାପକ ଭାବେ ଆୟୋଜିତ ହୋଇଛି । ଏହି ଅବସରରେ ଏକକାଳୀନ ଯୋଗାଭ୍ୟାସ କରିବାକୁ ବିଭିନ୍ନ ବ୍ୟକ୍ତି ବିଶେଷ, ସମ୍ପ୍ରଦାୟ ଏବଂ ସଙ୍ଗଠନ ଆଗେଇ ଆସିଥିବାରୁ ଧନ୍ୟବାଦ । ଏହା ସ୍ପଷ୍ଟ ହୋଇଛି ଯେ, ଯୋଗ ଭିନ୍ନ ଭିନ୍ନ ସଂସ୍କୃତି ଓ ପୃଷ୍ଠଭୂମିର ଲୋକଙ୍କୁ ଏକାଠି କରିବା ଏବଂ ଏକଜୁଟ କରିବାର ଏକ ଶକ୍ତି ପାଲଟିଛି । ଯୋଗାଭ୍ୟାସରେ ଯୁବପିଢ଼ି ପ୍ରବଳ ଉତ୍ସାହ ଓ ଉତ୍ସର୍ଗୀକୃତ ମନୋଭାବରେ ସାମିଲ ହେବା ଦେଖି ଖୁସି ଲାଗୁଛି ।

ଯୋଗକୁ ଲୋକପ୍ରିୟ କରାଇବାରେ ଯେଉଁମାନେ ଉଦ୍ୟମ କରି ଆସିଛନ୍ତି ସେମାନଙ୍କ ନିକଟରେ କୃତଜ୍ଞ । ଆଗାମୀ ଦିନରେ ଏହା ଏକତା ଓ ସଦଭାବ ପ୍ରତିଷ୍ଠା କରିବ । ଯୋଗ ପ୍ରଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ସେମାନଙ୍କ ବିଶେଷଜ୍ଞତା ଓ ଉତ୍ସାହ ଅନ୍ୟମାନଙ୍କୁ ଯୋଗ ପ୍ରତି ପ୍ରୋତ୍ସାହିତ କରୁଥିବା ଦେଖି ଖୁସି ଲାଗୁଛି ।

ଆଗାମୀ ଦିନରେ ଯୋଗ ସମଗ୍ର ବିଶ୍ୱକୁ ଏକତାର ସୂତ୍ରରେ ବାନ୍ଧି ରଖିବ ବୋଲି ଆଶା” ।

SR



(Release ID: 2028172) Visitor Counter : 12