ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କତାରର ଅମୀରଙ୍କ ଠାରୁ ଏକ ଅଭିନନ୍ଦନ ଟେଲିଫୋନ୍ କଲ୍ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
ଭାରତର ଲୋକମାନଙ୍କ ପାଇଁ ତାଙ୍କର ଶୁଭେଚ୍ଛା ଏବଂ ସକାରାତ୍ମକ ଭାବନା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି
ଉଭୟ ନେତା ଭାରତ-କତାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି
ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୨୪ରେ ତାଙ୍କର କତାର ଗସ୍ତକୁ ମନେ ପକାଇଛନ୍ତି ଏବଂ କତାରର ଅମୀରଙ୍କୁ ଭାରତ ଗସ୍ତ ପାଇଁ ତାଙ୍କ ନିମନ୍ତ୍ରଣକୁ ଦୋହରାଇଛନ୍ତି
ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2024 9:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କତାର ରାଜ୍ୟର ଅମୀର ମହାମହିମ ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କ ଠାରୁ ଟେଲିଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତବାସୀଙ୍କ ପ୍ରତି ତାଙ୍କର ଶୁଭେଚ୍ଛା ଏବଂ ସକାରାତ୍ମକ ଭାବନା ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଭୟ ନେତା ଭାରତ ଓ କତାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଏବଂ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୨୪ ରେ ତାଙ୍କର ଫଳପ୍ରଦ କାତାର ଗସ୍ତକୁ ସ୍ମରଣ କରିଥିଲେ ଏବଂ କତାରର ଅମିରଙ୍କୁ ଶୀଘ୍ର ଭାରତ ଗସ୍ତ କରିବା ପାଇଁ ନିମନ୍ତ୍ରଣ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଅମୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଇଦ୍ ଅଲ୍ ଅଧା ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
BS
(ରିଲିଜ ଆଡି: 2024988)
ପରିଦର୍ଶକ କାଉଣ୍ଟର : 68
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam