ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁଟାନ ରାଜା


ଶୁଭେଚ୍ଛା ପାଇଁ ମହାମାନ୍ୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଆଦର୍ଶ ଭାରତ-ଭୁଟାନ ସମ୍ପର୍କ ପ୍ରତି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ନିଶ୍ଚିତ କଲେ

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2024 10:15PM by PIB Bhubaneswar

ଭୁଟାନର ରାଜା ମହାମାନ୍ୟ ଜିଗ୍‌ମେ ଖେସର୍ ନାମଗିଲ୍ ୱାଙ୍ଗଚକ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୮ତମ ଲୋକସଭା ନିର୍ବାଚନରେ ଏନ୍‌ଡିଏର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କର ନିରନ୍ତର ଉନ୍ନତି ଓ ସମୃଦ୍ଧି ପାଇଁ ଭୁଟାନର ରାଜା ହାର୍ଦ୍ଦିକ ବଧେଇ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ଭୁଟାନର ରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତ୍ୱର ଆଦର୍ଶ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ ଭୁଟାନର ରାଜକୀୟ ସରକାରଙ୍କ ସହ କାମ କରିବା ଏବଂ ଅନନ୍ୟ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ଉଚ୍ଚକୁ ନେବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

ଭାରତ-ଭୁଟାନ ସହଭାଗିତା ସବୁ ସ୍ତରରେ ଅଧିକ ବିଶ୍ୱାସ, ଶୁଭେଚ୍ଛା ଓ ପାରସ୍ପରିକ ବୁଝାମଣା ଦ୍ୱାରା ବର୍ଣ୍ଣିତ ଯାହା ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଏବଂ ଅର୍ଥନୈତିକ ଓ ବିକାଶ ସହଭାଗିତା ଦ୍ୱାରା ଅଧିକ ସୁଦୃଢ଼ ହେବ ।

  SR


(ରିଲିଜ ଆଡି: 2023004) ପରିଦର୍ଶକ କାଉଣ୍ଟର : 122