ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା


ଗତ ଦଶନ୍ଧିରେ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ସଫଳତାକୁ ସେମାନେ ସ୍ୱୀକାର କଲେ

ଉଭୟ ନେତା ଭାଗିଦାରୀକୁ ସୁଦୃଢ଼ କରିବାକୁ ଆଶାବାଦୀ

Posted On: 05 JUN 2024 10:13PM by PIB Bhubaneshwar

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ୧୮ତମ ଲୋକସଭା ନିର୍ବାଚନରେ ଏନ୍ଡିଏର ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଥମ ବୈଦେଶିକ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ନେତାଙ୍କ ମଧ୍ୟରେ ଥିବା ଉଷ୍ମତା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥିଲେ

ବିକଶିତ ଭାରତ ୨୦୪୭ ଏବଂ ସ୍ମାର୍ଟ ବାଂଲାଦେଶ ୨୦୪୧ର ଦୃଷ୍ଟିକୋଣ ହାସଲ କରିବା ଦିଗରେ ନବୀକରଣ ହୋଇଥିବା ଆଦେଶ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଐତିହାସିକ ଏବଂ ଘନିଷ୍ଠ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଦୁଇ ନେତା ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ଗତ ଦଶନ୍ଧିରେ ଉଭୟ ଦେଶର ଲୋକଙ୍କ ଜୀବନରେ ହାସଲ ହୋଇଥିବା ମହତ୍ୱପୂର୍ଣ୍ଣ ଉନ୍ନତିକୁ ଦୁଇ ନେତା ସ୍ୱୀକାର କରିଛନ୍ତି ଏଥିସହ ଆର୍ôଥକ ଏବଂ ବିକାଶ ସହଭାଗିତା, ଶକ୍ତି ନିରାପତ୍ତା, ଡିଜିଟାଲ୍ ଲିଂକେଜ୍ ସହ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଆଦି କ୍ଷେତ୍ରରେ ଦୁଇ ଦେଶର ମଧ୍ୟରେ ପରିବର୍ତ୍ତନଶୀଳ ସମ୍ପର୍କକୁ ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି

 

  SR



(Release ID: 2023003) Visitor Counter : 38