ନିର୍ବାଚନ ଆୟୋଗ

ବିଗତ ୮ଟି ଲୋକସଭା ନିର୍ବାଚନରେ ରେକର୍ଡ ପରିମାଣର ସର୍ବାଧିକ ମତଦାନ ଅଭିମୁଖେ ବାରାମୁଳା; ଅପରାହ୍ଣ ୫ଟା ସୁଦ୍ଧା ୫୪.୨୧ ପ୍ରତିଶତ ମତଦାନ


ଜମ୍ମୁ ଓ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଓ ନିରାପଦ ବାତାବରଣ ମଧ୍ୟରେ ସକାଳୁ ମତଦାନ କେନ୍ଦ୍ର ସମ୍ମୁଖରେ ମତଦାତାମାନଙ୍କ ଭୋଟ ଦେବାକୁ ଧାଡ଼ିବନ୍ଧା

Posted On: 20 MAY 2024 8:12PM by PIB Bhubaneshwar

 

କେନ୍ଦ୍ରଶାସିତ କ୍ଷେତ୍ର ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ଲୋକସଭା ଆସନ ପାଇଁ ୩୮.୪୯ ପ୍ରତିଶତ ମତଦାନ ରେକର୍ଡ କରାଯିବା ପରେ ବାରାମୁଳା ସଂସଦୀୟ କ୍ଷେତ୍ର ଏବେ ବିଗତ ଆଠଗୋଟି ଲୋକସଭା ମଧ୍ୟରେ ସର୍ବାଧିକ ମତଦାନ ରେକର୍ଡ ଅଭିମୁଖେ ଅଗ୍ରସର ହେଉଛି । ବାରାମୁଳା, କୁପୱାଡ଼ା, ବାନ୍ଦିପୁରା ଏବଂ ବଡ଼ଗାମରେ ଅପରାହ୍ଣ ୫ଟା ସୁଦ୍ଧା ୫୪.୨୧ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି ।

 

ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ଓ ଶାନ୍ତିପୂର୍ଣ୍ଣ ଭାବେ ଏଭଳି ମତଦାନ ନିମନ୍ତେ ସକଳ ପ୍ରକାର ବ୍ୟବସ୍ଥା କରିଥିବାରୁ ଉଭୟ ସାଧାରଣ ପ୍ରଶାସନ ଏବଂ ସୁରକ୍ଷା କର୍ମୀଙ୍କୁ ରାଜୀବ କୁମାରଙ୍କ ନେତୃତ୍ୱାଧୀନ ଏବଂ ଶ୍ରୀ ଜ୍ଞାନେନ୍ଦ୍ର କୁମାର ଓ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କୁ ନେଇ ଗଠିତ ନିର୍ବାଚନ ଆୟୋଗ ସାଧୁବାଦ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ ଲୋକମାନେ ଯେଉଁଭଳି ଉତ୍ସାହର ସହିତ ମତଦାନ କରିବାକୁ ଆଗ୍ରହୀ ହୋଇଛନ୍ତି ତାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ସେମାନଙ୍କର ଥିବା ପୂର୍ଣ୍ଣ ଆସ୍ଥାକୁ ପ୍ରତିପାଦିତ କରେ ।

 

ବାରାମୁଳ ସଂସଦୀୟ ସଂସଦୀୟ କ୍ଷେତ୍ରରେ ମୋଟ ୨୧୦୩ ଗୋଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ମତଦାନ କେନ୍ଦ୍ରମାନଙ୍କରେ ଲାଇଭ୍ ୱେବକାଷ୍ଟିଂ କରାଯାଉଛି । ସକାଳ ସାତଟାବେଳେ ସମଗ୍ର ସଂସଦୀୟ କ୍ଷେତ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ମତଦାତାମାନେ ଧୈର୍ଯ୍ୟର ସହିତ ଭୋଟ ଦେବାକୁ ଭୋଟଦାନ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଥିବାର ଲକ୍ଷ୍ୟ କରାଯାଇଥିଲା ।

ବିଗତ କେତେଗୋଟି ସାଧାରଣ ନିର୍ବାଚନରେ ମତଦାନ ହାର

 

PC/Year

2019

2014

2009

2004

1999

1998

1996

1989

Baramulla

34.6%

39.14%

41.84%

35.65%

27.79%

41.94%

46.65%

5.48%

Srinagar

14.43%

25.86%

25.55%

18.57%

11.93%

30.06%

40.94%

Uncontested

 

ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବାରାମୁଳା ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନରେ ମୋଟ ୨୨ ଜଣ ପ୍ରାର୍ଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେଠାରେ ଯେଭଳି ଶାନ୍ତିପୂର୍ଣ୍ଣ, ସ୍ୱାଭାବିକ ଭାବରେ ମତଦାନ ପ୍ରକ୍ରିୟା ସମ୍ପନ୍ନ ହୋଇପାରିବ ସେଥିପାଇଁ ନିରାପତ୍ତା କର୍ମୀମାନେ ଅକ୍ଳାନ୍ତ ଶ୍ରମ ସ୍ୱୀକାର ପୂର୍ବକ କାର୍ଯ୍ୟ କରିଛନ୍ତି ଏବଂ ମତଦାତାମାନଙ୍କୁ ମତଦାନ କେନ୍ଦ୍ର ନିକଟରେ ସ୍ୱାଗତ କରାଯାଉଛି । କମିଶନ ମଧ୍ୟ କାଶ୍ମୀରର ଦେଶାନ୍ତରୀ ମତଦାତାମାନେ ଯେଉଁମାନେ ଦିଲ୍ଲୀ, ଜମ୍ମୁ ଓ ଉଧମପୁର ଆଦି ଶରଣାର୍ଥୀ ଶିବିରରେ ଅବସ୍ଥାନ କରୁଛନ୍ତି ସେମାନଙ୍କୁ ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିବା ସକାଶେ ବିଶେଷ ମତଦାନ କେନ୍ଦ୍ରମାନ ସ୍ଥାପନର ବ୍ୟବସ୍ଥା କରିଛନ୍ତି । ଜମ୍ମୁଠାରେ ୨୧ଟି, ଉଧମପୁରଠାରେ ଗୋଟିଏ ଏବଂ ଦିଲ୍ଲୀରେ ଏଥିପାଇଁ ଗୋଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।

 

ଇତି ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଶ୍ରୀନଗର ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଶ୍ରୀନଗର, ଗନ୍ଧେରୱାଲ, ପୁଲୱାମା, ବଡ଼ଗାମ,ଓ ସୋପିଆଁ ଜିଲ୍ଲରେ ଆଂଶିକ ଭାବେ ମତଦାନ ହୋଇ ୩୮.୪୯ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି ଯାହାକି ବିଗତ ଅନେକ ଦଶନ୍ଧି ମଧ୍ୟରେ ସର୍ବାଧିକ । ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ କାର୍ଯ୍ୟକାରୀ ହେବାପରେ କାଶ୍ମୀର ଉପତ୍ୟକାରେ ଏହା ପ୍ରଥମ ସାଧାରଣ ନିର୍ବାଚନ ।

SS/DD



(Release ID: 2021236) Visitor Counter : 40