ନିର୍ବାଚନ ଆୟୋଗ
ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଗଣମାଧ୍ୟମ ସୁବିଧା ପୋର୍ଟାଲର ଶୁଭାରମ୍ଭ କଲା ପିଆଇବି
ପୋଷ୍ଟ କରାଯିବା ଦିନାଙ୍କ:
27 MAR 2024 10:40AM by PIB Bhubaneswar
ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୱାନ୍ ଷ୍ଟପ୍ ଫେସିଲିଟେସନ୍ ପୋର୍ଟାଲ ଭାବରେ ଅନେକ ବୈଶିଷ୍ଟ୍ୟ ଥିବା ଏକ ମାଇକ୍ରୋସାଇଟ୍ https://pib.gov.in/elect2024/index.aspx ଆରମ୍ଭ କରିଛି। ପୋର୍ଟାଲର ନିମ୍ନଲିଖିତ ବୈଶିଷ୍ଟ୍ୟ ରହିଛି ।
୧. ଏକ ଡିଜିଟାଲ ଫ୍ଲିପ୍ ବୁକ୍: ଏଥିରେ ବିଭିନ୍ନ ଆକର୍ଷଣୀୟ ବିଶ୍ଳେଷଣ ଏବଂ ଡାଟା ସମୃଦ୍ଧ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ । ଗଣମାଧ୍ୟମ ପ୍ରତିନିଧିମାନେ ଏହି ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ ।

୨. ଉପଯୋଗୀ ଲିଙ୍କ ପ୍ରଦାନ କରାଯାଇଛି ଯାହା ମାଧ୍ୟମରେ ସାମ୍ବାଦିକମାନେ ଇସିଆଇ ୱେବସାଇଟର ପ୍ରାସଙ୍ଗିକ ଅଂଶକୁ ନେଭିଗେଟ୍ କରିପାରିବେ ।

୩. ରେଫରେନ୍ସ ଭାବେ ଏବଂ ସହଜରେ ହାସଲ କରାଯାଇପାରୁଥିବା ତଥ୍ୟ ରୂପରେ ବିଭିନ୍ନ ପ୍ରକାର ସୂଚନା ବା ଇନଫୋଗ୍ରାଫିକ୍ସ ଦିଆଯାଇଛି।

୪. ସାଧାରଣ ନିର୍ବାଚନ ୨୦୨୪ର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟସୂଚୀ ସମ୍ପର୍କରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ରେକନର୍ (ଗଣନା ତଥ୍ୟ) ପ୍ରଦାନ କରାଯାଇଛି।

୫. ଇସିଆଇ ବିଜ୍ଞପ୍ତି ବିଷୟରେ ଅପଡେଟ୍ ରିୟଲ୍ ଟାଇମ୍ ଆଧାରରେ ଅପଲୋଡ୍ କରାଯାଇଛି।

୬. ସହଜରେ ଯୋଗାଯୋଗ କରିବା ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ଭାରତୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ବିଭିନ୍ନ ସୂଚନା ଦିଆଯାଇଛି।

୭. ମିଡିଆ ଗାଇଡ୍ ସମେତ ଇସିଆଇ ନିର୍ଦ୍ଦେଶାବଳୀର ଏକ ସଂକଳନ ସହଜରେ ଉପଲବ୍ଧ କରା ଯାଇଛି।

୮. ଗଣମାଧ୍ୟମ କର୍ମଚାରୀଙ୍କୁ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଯିବ।

*****
P.S/Swadhin
(ରିଲିଜ ଆଡି: 2016504)
ପରିଦର୍ଶକ କାଉଣ୍ଟର : 220
ଏହି ରିଲିଜ ପଢନ୍ତୁ :
Telugu
,
Malayalam
,
English
,
Gujarati
,
Urdu
,
Marathi
,
हिन्दी
,
Bengali-TR
,
Bengali
,
Manipuri
,
Punjabi
,
Tamil
,
Kannada