ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁନର୍ବାର ନିର୍ବାଚିତ ହୋଇଥିବା ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଭାରତ - ରୁଷିଆ ବିଶେଷ ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାକୁ ଦୁଇ ନେତା ସହମତି ପ୍ରକାଶ କରିଥିଲେ

ସେମାନେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିଥିଲେ

ରୁଷ୍ - ୟୁକ୍ରେନ୍ ସଂଘର୍ଷର ସମାଧାନ ଦିଗରେ ଆଗକୁ ବଢ଼ିବାର ବାଟ ଭାବେ ଆଲୋଚନା ଓ କୂଟନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

Posted On: 20 MAR 2024 3:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍‌ର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ରୁଷ୍‌ର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରୁଷ୍‌ର ମୈତ୍ରୀପୂର୍ଣ୍ଣ ଲୋକ ମାନଙ୍କର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଆଗାମୀ ବର୍ଷ ଗୁଡ଼ିକରେ ଉଭୟ ଦେଶ ମଧ୍ୟରେ ବିଶେଷ  ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ଦିଗରେ ମିଳିତ ପ୍ରୟାସ କରିବାକୁ ଦୁଇ ନେତା ସହମତି ପ୍ରକାଶ କରିଥିଲେ ।

ସେମାନେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ହିତସାଧନ ପାଇଁ  ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

ରୁଷ୍ - ୟୁକ୍ରେନ୍ ସଂଘର୍ଷ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇ ଥିଲେ ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ ।

***

SSP



(Release ID: 2015842) Visitor Counter : 46