ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
                    
                    
                        
                    
                
                
                    Posted On:
                26 FEB 2024 7:08PM by PIB Bhubaneshwar
                
                
                
                
                
                
                କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପଙ୍କଜ ଉଧାସଙ୍କ ସହ ତାଙ୍କ ସମ୍ପର୍କକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ, ପଙ୍କଜ ଉଧାସ ଜୀ ଭାରତୀୟ ସଙ୍ଗୀତର ଏକ ପ୍ରତୀକ ଥିଲେ, ଯାହାଙ୍କ ଧୁନ୍ ପିଢ଼ି ପରେ ପିଢ଼ି ଚାଲି ଆସିଛି । ଶ୍ରୀ ମୋଦୀ ଆହୁରି କହିଥିଲେ, ତାଙ୍କ ଦେହାନ୍ତ ପରେ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା କେବେ ପୂରଣ ହୋଇପାରିବ ନାହିଁ ।
 
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
 
‘ଆମେ ପଙ୍କଜ ଉଧାସଙ୍କ ଦେହାନ୍ତରେ ଶୋକ ପାଳନ କରୁଛୁ, ଯାହାଙ୍କ ସଙ୍ଗୀତ ଅନେକ ପ୍ରକାରର ଭାବନାକୁ ବ୍ୟକ୍ତ କରିଥାଏ ଏବଂ ଯାହାଙ୍କ ଗଜଲ ସିଧା ଆତ୍ମାକୁ ଛୁଇଁଥାଏ । ସେ ଭାରତୀୟ ସଙ୍ଗୀତର ଏକ ପ୍ରତୀକ ଥିଲେ, ଯାହାଙ୍କ ଧୁନ୍ ପିଢ଼ି ପରେ ପିଢ଼ି ଚାଲିଆସିଥିଲା । ତାଙ୍କ ସହ କିଛି ବର୍ଷର ଆଲୋଚନା ମୋର ମନେପଡ଼ୁଛି । 
 
ତାଙ୍କ ଦେହାନ୍ତରେ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା କେବେ ପୂରଣ ହୋଇପାରିବ ନାହିଁ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’
 
 
 SR
                
                
                
                
                
                (Release ID: 2009669)
                Visitor Counter : 87
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam