ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ ଫେବ୍ରୁଆରି ୨୯ ରେ ମରିସସର ଆଗାଲେଗା ଦ୍ୱୀପରେ ମିଳିତ ଭାବେ ନୂତନ ଏୟାରଷ୍ଟ୍ରିପ୍ ଏବଂ ଏକ ଜେଟିକୁ ଉଦଘାଟନ କରିବେ
ଆଗଲେଗା ଦ୍ୱୀପରେ ୬ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହେବ
ପ୍ରକଳ୍ପଗୁଡ଼ିକ ମରିସସ୍ ର ମୁଖ୍ୟ ଭୂମି ସହିତ ଆଗାଲେଗାର ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ସାମୁଦ୍ରିକ ନିରାପତ୍ତାକୁ ମଜବୁତ୍ କରିବ
ପୋଷ୍ଟ କରାଯିବା ଦିନାଙ୍କ:
27 FEB 2024 6:44PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପ୍ରବୀନ୍ଦ ଜୁଗନାଥ ୨୯ ଫେବୃଆରୀ ୨୦୨୪ ଅପରାହ୍ନ ୧ଟାରେ ମରିସସର ଆଗାଲେଗା ଦ୍ୱୀପରେ ନୂତନ ଏୟାରଷ୍ଟ୍ରିପ୍ ଏବଂ ସେଣ୍ଟ ଜେମ୍ସ ଜେଟି ସହିତ ଛଅଟି ଗୋଷ୍ଠୀ ବିକାଶ ପ୍ରକଳ୍ପକୁ ମିଳିତ ଭାବେ ଉଦଘାଟନ କରିବେ ।
ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଭାରତ ଏବଂ ମରିସସ୍ ମଧ୍ୟରେ ସୁଦୃଢ଼ ଏବଂ ଦଶନ୍ଧି ପୁରୁଣା ବିକାଶ ଭାଗିଦାରୀର ପ୍ରମାଣ। ଏହି ପ୍ରକଳ୍ପଗୁଡ଼ିକ ମେନଲାଣ୍ଡ ମରିସସ୍ ଏବଂ ଆଗାଲେଗା ମଧ୍ୟରେ ଉତ୍ତମ ଯୋଗାଯୋଗ, ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ଚାହିଦା ପୂରଣ କରିବ।
ନିକଟରେ ୧୨ ଫେବୃଆରୀ ୨୦୨୪ ରେ ଦୁଇ ନେତାଙ୍କ ଦ୍ୱାରା ମରିସସରେ ୟୁପିଆଇ ଏବଂ ରୂପେ କାର୍ଡ ସେବାର ଶୁଭାରମ୍ଭ ପରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ଗୁରୁତ୍ୱପୂର୍ଣ୍ଣ ଅଟେ ।
BS
(ରିଲିଜ ଆଡି: 2009657)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam