ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଯୋଶୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 23 FEB 2024 11:14AM by PIB Bhubaneshwar

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଯୋଶୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ଯୋଶୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମନୋହର ଯୋଶୀ ରାଜ୍ୟର ଅଗ୍ରଗତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଲୋକସଭା ବାଚସ୍ପତି ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଯୋଶୀ ସଂସଦୀୟ ପ୍ରକ୍ରିୟାକୁ ଅଧିକ ଜୀବନ୍ତ ଏବଂ ସହଭାଗିତାପୂର୍ଣ୍ଣ ବନାଇବାକୁ ପ୍ରୟାସ କରିଥିଲେ ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଶ୍ରୀ ମନୋହର ଯୋଶୀଙ୍କ ଦେହାନ୍ତରେ ଦୁଃଖିତ । ସେ ଜଣେ ଅନୁଭବୀ ନେତା ଥିଲେ ଯିଏ କି ଲୋକଙ୍କ ସେବାରେ ବର୍ଷ ବର୍ଷ ବିତାଇଥିଲେ ଏବଂ ମ୍ୟୁନିସିପାଲ, ରାଜ୍ୟ ଏବଂ ଜାତୀୟସ୍ତରରେ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରଗତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ତାଙ୍କ ଯୋଗଦାନ ଉଲ୍ଲେଖନୀୟ । ଲୋକସଭା ବାଚସ୍ପତି ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ଆମ ସଂସଦୀୟ ପ୍ରକ୍ରିୟାକୁ ଅଧିକ ଜୀବନ୍ତ ଏବଂ ସହଭାଗିତାପୂର୍ଣ୍ଣ କରିବା ଲାଗି ସେ ପ୍ରୟାସ କରିଥିଲେ । ମନୋହର ଯୋଶୀଙ୍କୁ ଜଣେ ବିଧାୟକ ଭାବେ ନିଜ କର୍ମଠତା ପାଇଁ ମଧ୍ୟ ମନେ ରଖାଯିବ । ତାଙ୍କୁ ୪ ବିଧାନମଣ୍ଡଳରେ ସେବା କରିବାର ସୁଯୋଗ ମିଳିଥିଲା । ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’

 

 SR



(Release ID: 2008427) Visitor Counter : 45