ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ ୮ ତାରିଖରେ ଶ୍ରୀଲ ପ୍ରଭୁପାଦ ଜୀ’ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 07 FEB 2024 4:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ  ୮ ତାରିଖରେ ଦିନପ୍ରାୟ ସାଢ଼େ ୧୨ଟାରେ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲପ୍ରଭୁପାଦ ଜୀ’ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତକରିବେ । ମହାନ ଆଧ୍ୟାତ୍ମିକ ଗୁରୁ ଶ୍ରୀଲ ପ୍ରଭୁପାଦଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଏକସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ।

ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ଗୌଡୀୟ ମିଶନର ପ୍ରତିଷ୍ଠାତା ଥିଲେ, ଯିଏ ବୈଷ୍ଣବ ଧର୍ମରମୌଳିକ ସିଦ୍ଧାନ୍ତକୁ ସଂରକ୍ଷଣ ଏବଂ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣକରିଥିଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଏବଂ ବୈଷ୍ଣବ ଧର୍ମର ସମୃଦ୍ଧ ଆଧ୍ୟାତ୍ମିକଐତିହ୍ୟକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବାରେ ଗୌଡୀୟ ମିଶନ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଛି ଏବଂ ଏହାକୁ ହରେ କୃଷ୍ଣ ଆନ୍ଦୋଳନର କେନ୍ଦ୍ର ବିନ୍ଦୁରେପରିଣତ କରିଛି ।

 

***

SSP



(Release ID: 2003777) Visitor Counter : 59