ଅର୍ଥ ମନ୍ତ୍ରଣାଳୟ

ସୌର ପ୍ରଯୁକ୍ତି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଥମନ୍ତ୍ରୀ ଏକ ଲକ୍ଷ କୋଟି ଟଙ୍କାର ନୂତନ କର୍ପସ ପାଣ୍ଠି ପ୍ରସ୍ତାବ ରହିଛି

Posted On: 01 FEB 2024 12:52PM by PIB Bhubaneshwar

“ଏହା ପ୍ରଯୁକ୍ତିରେ ରୁଚି ରଖୁଥିବା ଯୁବଗୋଷ୍ଠୀଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣିମ ଯୁଗର ଅୟମାରମ୍ଭ କରିବ” ବୋଲି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ।

“କର୍ପସ ପାଣ୍ଠି ୫୦ ବର୍ଷ ପାଇଁ ସୁଧହୀନ ଋଣ ପାଇଁ ଗଠିତ ହେବ ।”

ପ୍ରଯୁକ୍ତିକୁ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସଶକ୍ତ କରି ଆତ୍ମର୍ନିଭରତାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତାବ ରଖିଛି ।

ନବଯୁଗ ପ୍ରଯୁକ୍ତି ଓ ତଥ୍ୟ ଜନସାଧାରଣ ଏବଂ ବ୍ୟବସାୟର ଧାରାକୁ ପରିବର୍ତ୍ତନ କରୁଛି- ଅର୍ଥମନ୍ତ୍ରୀ

ସୌର ପ୍ରଯୁକ୍ତିରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ଏକ ଲକ୍ଷ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଆଜି (୦୧.୦୨.୨୦୨୪) ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କାଳରେ ଅର୍ଥ ଓ ବାଣିଜି୍ୟକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହା ପ୍ରଯୁକ୍ତିରେ ରୁଚି ରଖିଥିବା ଯୁବଗୋଷ୍ଠୀ ନିମନ୍ତେ ଏକ ସ୍ୱର୍ଣ୍ଣିମ ଯୁଗର ଅୟମାରମ୍ଭ କରିବ ବୋଲି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ।

ଏହି କର୍ପସ ପାଣ୍ଠି ପଚାଶ ବର୍ଷ ପର୍ଯ୍ୟନ୍ତ ସୁଧ ବିହୀନ ଋଣ ସହ ସୃଷ୍ଟି କରାଯିବ । ଏହା ଦୀର୍ଘମିଆଦୀ ଋଣ ଓ ପୁନଃ ଋଣ ଖୁବ କମ କିମ୍ବା ବିନା ସୁଧରେ ପ୍ରଦାନ କରିବ ।

“ଏହା ଘରୋଇ କ୍ଷେତ୍ରକୁ ସୌର ଶକ୍ତି କ୍ଷେତ୍ରରେ ଗବେଷଣା ଓ ନବୋନ୍ମେଷ ନିମନ୍ତେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବ । ଯେଉଁ କାର୍ଯ୍ୟକ୍ରମ ଆମ ଯୁବାଗୋଷ୍ଠୀର ଶକ୍ତି ଓ ପ୍ରଯୁକ୍ତିକୁ ଏକାଠି କରିବ ଆମେ ସେହି କାର୍ଯ୍ୟକ୍ରମ ଆରମ୍ଭ କରିବୁ” ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।

ଆତ୍ମନିର୍ଭରଶୀଳତାକୁ ପ୍ରେତ୍ସାହନ ଦେବା ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଉଚ୍ଚମାନ ଯୁକ୍ତ ପ୍ରଯୁକ୍ତି ମଜଭୁତ କରିବା ନିମନ୍ତେ ଶ୍ରୀମତୀ ସୀତାରମଣ ଏକ ନୂତନ ଯୋଜନା ପ୍ରସ୍ତାବ ରଖିଛନ୍ତି ।

ପ୍ରଯୁକ୍ତି ପରିବର୍ତ୍ତନ

ନୂତନ ଯଗୁର ପ୍ରଯୁକ୍ତି ଓ ତଥ୍ୟ ଜନସାଧାରଣ ଓ ବ୍ୟାବସାୟିକ ପଦ୍ଧତିରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ତାହା ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବା ସହ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ସେବା ସମାଜର ତଳୁ ଉପର ସ୍ତର ପର୍ଯ୍ୟନ୍ତ ଯୋଗାଇବା ସେ କହିଛନ୍ତି ।

ବୈଶ୍ୱିକ ସ୍ତରରେ ଭାରତ ପାଇଁ ସୁଯୋଗ ବୃଦ୍ଧି ପାଉଥିବା ବିଷୟ କହି ଶ୍ରୀମତୀ ସୀତାରମଣ “ଭାରତ ନବୋନ୍ମେଷ ଓ ଏହାର ଲୋକମାନଙ୍କ ଔଦ୍ୟୋଗିକ ମନୋଭାବ ଯୋଗୁ ସମାଧାନ ସୂତ୍ର ବାହାର କରିଛି” ବୋଲି କହିଛନ୍ତି ।

ଗବେଷଣା ଓ ନବୋନ୍ମେଷ

ଭାରତର ଅଭିବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଦେଶର ବିକାଶ ଗବେଷଣା ଓ ନବୋନ୍ମେଷ ଯୋଗୁ ତ୍ୱରାନ୍ୱିତ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ‘ଜୟ ଯବାନ, ଜୟ କିଶାନ’ ସ୍ଲୋଗାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ‘ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ’ ସ୍ଲୋଗାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି ଆଗକୁ ଯାଇ ନବୋନ୍ମେଷ ବିକାଶର ମୂଳଦୁଆ ହୋଇଥିବାରୁ ‘ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ର ଆହ୍ୱାନ ଦେଇଛନ୍ତି ।

*****

SM/MB



(Release ID: 2001573) Visitor Counter : 58