ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ରାଷ୍ଟ୍ରପତି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସତନମ ସିଂ ସାନ୍ଧୁଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 30 JAN 2024 1:20PM by PIB Bhubaneshwar

ଭାରତର ରାଷ୍ଟ୍ରପତି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସତନମ ସିଂ ସାନ୍ଧୁଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ରାଷ୍ଟ୍ରପତି ଜୀ ଶ୍ରୀ ସତନମ ସିଂ ସାନ୍ଧୁ ଜୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ମୁଁ ଖୁସି । ସତନମ ନିଜକୁ ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାମାଜିକକର୍ମୀ ଭାବେ ପରିଚିତ କରାଇଛନ୍ତି, ଯିଏ କି ତୃଣମୂଳ ସ୍ତରରେ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସେବା ଯୋଗାଇଆସୁଛନ୍ତି । ଜାତୀୟ ଏକୀକରଣକୁ ଆଗକୁ ନେବା ପାଇଁ ସେ ସର୍ବଦା ବହୁ ପରିଶ୍ରମ କରିଛନ୍ତି ଏବଂ ଭାରତୀୟ ସମୁଦାୟ ସହ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ସଂସଦୀୟ ଯାତ୍ରା ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି ଏବଂ ରାଜ୍ୟସଭା କାର୍ଯ୍ୟ ପ୍ରକ୍ରିୟା ତାଙ୍କ ବିଚାରରେ ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ ।’’

 

SR



(Release ID: 2000749) Visitor Counter : 44