କ୍ୟାବିନେଟ

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା କେନ୍ଦ୍ର କ୍ୟାବିନେଟ୍‌

Posted On: 24 JAN 2024 9:41PM by PIB Bhubaneshwar
  • ଗତ ପାଞ୍ଚ ଶହ ବର୍ଷ ଧରି ଭାରତୀୟ ସଭ୍ୟତା ଦେଖୁଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି
  • ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟ ଦ୍ୱାରା ଦେଶର ମନୋବଳ ଏବଂ  ସାଂସ୍କୃତିକ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛନ୍ତି
  • ଆଜିଠାରୁ ହଜାରେ ବର୍ଷ ପରେ ବି ଲୋକମାନେ ଏହି ତାରିଖ ଓ ଏହି ମୁହୂର୍ତ୍ତକୁ ମନେ ରଖିବେ ଓ ଆଲୋଚନା କରିବେ

 

 

  • ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି
  • ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୃହୀତ ସଂକଳ୍ପ ପ୍ରସ୍ତାବରେ କୁହାଯାଇଛି ଯେ, ଗତ ପାଞ୍ଚ ଶତାବ୍ଦୀ ଧରି ଭାରତୀୟ ସଭ୍ୟତା ଯେଉଁ ସ୍ୱପ୍ନ ଦେଖୁଥିଲା ତାକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି।
  • ମନ୍ତ୍ରିମଣ୍ଡଳ ପକ୍ଷରୁ ଆହୁରି କୁହାଯାଇଛି ଯେ ଆଜିର କ୍ୟାବିନେଟ୍ ବୈଠକ ଐତିହାସିକ। ଅନେକ ଥର ଐତିହାସିକ ଘଟଣା ଘଟିଛି, କିନ୍ତୁ ଏହି କ୍ୟାବିନେଟ୍ ବ୍ୟବସ୍ଥା ଗଠନ ହେବା ପରଠାରୁ ଏବଂ ଯଦି ଆମେ ବ୍ରିଟିଶ ଶାସନ ସମୟରେ ଭାଇସରୟଙ୍କ କାର୍ଯ୍ୟନିର୍ବାହୀ ପରିଷଦର ଅବଧିକୁ ଅନ୍ତର୍ଭୁକ୍ତ କରୁ, ତେବେ ଏଭଳି ସୁଯୋଗ କେବେ ଆସିନଥିଲା
  • ୨୦୨୪ ଜାନୁଆରୀ ୨୨ ତାରିଖରେ ଆପଣ ଯେଉଁ କାମ କରିଛନ୍ତି ତାହା ଇତିହାସରେ ଅନନ୍ୟ। ଏହି ସୁଯୋଗ ଶହ ଶହ ବର୍ଷ ପରେ ଆସିଥିବାରୁ ଏହା ଅନନ୍ୟ।
  • କ୍ୟାବିନେଟ୍‌ ପ୍ରସ୍ତାବରେ କୁହାଯାଇଛି, ୧୯୪୭ରେ ଦେଶର ଶରୀର ସ୍ୱାଧୀନ ହୋଇଥିଲା ଏବଂ ୨୨ ଜାନୁଆରୀ ୨୦୨୪ରେ ଏହାର ଆତ୍ମାକୁ ପ୍ରାଣପ୍ରତିଷ୍ଠା କରାଯାଇଛି। ଏହା ସମସ୍ତଙ୍କୁ ଆଧ୍ୟାତ୍ମିକ ଆନନ୍ଦର ଅନୁଭବ ଦେଇଛି। ଜାନୁଆରୀ ୨୨ରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ରାମ ପ୍ରଭାବ ଏବଂ ପ୍ରବାହ ଅଟନ୍ତି
  • କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କହିପାରିବା ଯେ ଭାଗ୍ୟ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କ ମୂର୍ତ୍ତିକୁ ସମ୍ମାନ ଦେବା ପାଇଁ ଚୟନ କରିଥିଲା।
  • ବାସ୍ତବରେ ଭଗବାନ ଶ୍ରୀରାମ ହେଉଛନ୍ତି ଭାରତର ଭାଗ୍ୟ ଏବଂ ଭାଗ୍ୟ ସହିତ ପ୍ରକୃତ ସାକ୍ଷାତ ୨୨ ଜାନୁଆରୀ ୨୦୨୪ରେ ହୋଇଛି
  • ବାସ୍ତବରେ କ୍ୟାବିନେଟର ସଦସ୍ୟମାନଙ୍କ ପାଇଁ ଏହି ସୁଯୋଗ ଜୀବନରେ ଥରେ ସୁଯୋଗ ନୁହେଁ ବରଂ ଏହା ଅନେକ ଜୀବନରେ ଥରେ ସୁଯୋଗ ବୋଲି କୁହାଯାଇପାରେ
  • ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କ୍ୟାବିନେଟରେ ଏହି ଅବସରରେ ଉପସ୍ଥିତ ରହି ଆମେ ସମସ୍ତେ ଭାଗ୍ୟବାନ ବୋଲି ପ୍ରସ୍ତାବରେ କ୍ୟାବିନେଟ୍‌ ସଦସ୍ୟମାନେ କହିଛନ୍ତି।
  • ସେମାନେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜର ଏହି କାର୍ଯ୍ୟ ଦ୍ୱାରା ଦେଶର ମନୋବଳ ବଢ଼ାଇଛନ୍ତି ଦେଶର ସାଂସ୍କୃତିକ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛନ୍ତି
  • ପ୍ରାଣ-ପ୍ରତିଷ୍ଠା ସମୟରେ ସାରା ଦେଶରେ ଯେଭଳି ଭାବପ୍ରବଣତା ଦେଖିବାକୁ ମିଳିଥିଲା, ଦେଶରେ ଏଭଳି ଭାବପ୍ରବଣତାର ଲହର ପୂର୍ବରୁ କେବେ ଦେଖାଯାଇନଥିଲା।
  • ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଜନ ଆନ୍ଦୋଳନ ସମୟରେ ଲୋକଙ୍କ ମଧ୍ୟରେ ଏକତା ଦେଖାଯାଇଥିଲା, କିନ୍ତୁ ସେହି ଏକତା ଏକଛତ୍ରବାଦ ବିରୋଧରେ ଏକ ପ୍ରତିରୋଧ ଆନ୍ଦୋଳନ ଭାବରେ ଉଭା ହୋଇଥିଲା
  • ଭଗବାନ ରାମଙ୍କ ପାଇଁ ଆମେ ଯେଉଁ ଜନ ଆନ୍ଦୋଳନ ଦେଖିଥିଲୁ ତାହା ଏକ ନୂତନ ଯୁଗର ଆରମ୍ଭ, ଏକ ନୂତନ କାହାଣୀ ଉପସ୍ଥାପନ କରୁଛି ବୋଲି ମନ୍ତ୍ରିମଣ୍ଡଳ ସଦସ୍ୟମାନେ ପ୍ରସ୍ତାବରେ କହିଛନ୍ତି
  • ସଂକଳ୍ପ ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ, ଭଗବାନଙ୍କ ଆଶୀର୍ବାଦ ରହିଥିଲେ ହିଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏତେ ବଡ଼ ରୀତିନୀତି ସମ୍ପାଦନ କରାଯାଇପାରିବ ଗୋସ୍ୱାମୀ ତୁଳସୀ ଦାସ ଯଥାର୍ଥରେ ଲେଖିଛନ୍ତି, ଶ୍ରୀରାମଙ୍କ ଆଶୀର୍ବାଦ ପାଇଥିବା ବ୍ୟକ୍ତି ଅନ୍ୟ ସମସ୍ତଙ୍କର ଆଶୀର୍ବାଦ ପାଇପାରିବ
  • ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସ୍ୱାଧୀନ ଭାରତର ଏକମାତ୍ର ଆନ୍ଦୋଳନ ଥିଲା, ଯେଉଁଥିରେ ସମଗ୍ର ଦେଶର ଲୋକମାନେ ଏକାଠି ହୋଇଥିଲେ
  • ଯେଉଁ ୧୧ ଦିନର ବ୍ରତରେ ପ୍ରଧାନମନ୍ତ୍ରୀ ଭାରତରେ ଭଗବାନ ରାମଙ୍କ ସହ ଜଡିତ ପବିତ୍ର ସ୍ଥାନକୁ ଯାଇ ତପସ୍ୟା ସହିତ ପୂଜାର୍ଚ୍ଚନା କରିଥିଲେ, ତାହା ଦ୍ୱାରା ସେ ସମଗ୍ର ଦେଶକୁ ନୂତନ ଶକ୍ତି ପ୍ରଦାନ କରିଥିଲେ
  • ଏଥିପାଇଁ କେବଳ କ୍ୟାବିନେଟ ସଦସ୍ୟ ଭାବରେ ନୁହେଁ ବରଂ ସାଧାରଣ ନାଗରିକ ଭାବରେ ମଧ୍ୟ କ୍ୟାବିନେଟ୍‌ ସହଯୋଗୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
  • ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କ ଠାରୁ ମିଳିଥିବା ଭଲପାଇବାକୁ ଦୃଷ୍ଟିରେ ରଖି ସେ ଏବେ କେବଳ ଜଣେ ଜନନେତା ନୁହଁନ୍ତି, ବରଂ ବର୍ତ୍ତମାନ ଏକ ନୂତନ ଯୁଗର ଅଗ୍ରଣୀ ନେତା ହୋଇପାରିଛନ୍ତି
  • ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ ଏବଂ ଏକ ରାଷ୍ଟ୍ର ଭାବରେ ଆମେ ସମସ୍ତେ ଏକ ନୂତନ ଭବିଷ୍ୟତ ଦିଗରେ ଆପଣଙ୍କ ନେତୃତ୍ୱରେ ଆଗକୁ ବଢ଼ିବା ଉଚିତ୍ ବୋଲି କ୍ୟାବିନେଟ୍‌ ମନ୍ତ୍ରୀମାନେ ପ୍ରସ୍ତାବରେ କହିଛନ୍ତି
  • କ୍ୟାବିନେଟ୍‌ ସଂକଳ୍ପ ପ୍ରସ୍ତାବରେ ଆହୁରି କୁହାଯାଇଛି, ଯେହେତୁ ଏହି ମନ୍ଦିର ହଜାର ହଜାର ବର୍ଷ ଧରି ତିଷ୍ଠି ରହିବା ପାଇଁ ନିର୍ମିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, "ଜାନୁଆରୀ ୨୨ର ସୂର୍ଯ୍ୟ ଏକ ଚମତ୍କାର ଆଭା ଆଣିଛି
  • ଏହା କେବଳ କ୍ୟାଲେଣ୍ଡରରେ ଲିଖିତ ତାରିଖ ନୁହେଁ, ବରଂ ସମୟର ଏକ ନୂତନ ଚକ୍ରର ଉତ୍ପତ୍ତି। ଗୋଟିଏ ଦେଶ ଆଗକୁ ବଢ଼ୁଛି, ଦାସତ୍ୱ ଗୋଲାମୀ ମାନସିକତାକୁ ତ୍ୟାଗ କରୁଛି, ଦେଶ ନିଜ ଅତୀତରୁ ସାହସ ଅର୍ଜନ କରୁଛି, ଏହି ମାର୍ଗରେ ନୂଆ ଇତିହାସ ସୃଷ୍ଟି କରୁଛି
  • ଏଥିରେ ଆହୁରି କୁହାଯାଇଛି ଯେ, ଆଜିଠାରୁ ହଜାରେ ବର୍ଷ ପରେ ବି ଲୋକମାନେ ଏହି ତାରିଖ ଏହି ମୁହୂର୍ତ୍ତକୁ ମନେ ରଖିବେ ଆଲୋଚନା କରିବେ। ଆଉ ଏହା ରାମଙ୍କର ଏତେ ବଡ଼ ଆଶୀର୍ବାଦ ଯେ ଆମେ ଏହି ସମୟରେ ଏହାକୁ ଜୀବନ୍ତ ଅନୁଭବ କରୁଛୁ ଆଜି ଦିନ, ଦିଗ, ଦିଗନ୍ତ... ସବୁକିଛି ଦେବତ୍ୱରେ ପରିପୂର୍ଣ୍ଣ
  • ଏଗୁଡ଼ିକ ହେଉଛି ଅଲିଭା କାଳି ସହିତ ସମୟର ଚକ ଉପରେ ଚିହ୍ନିତ ଅବିସ୍ମରଣୀୟ ସ୍ମୃତି ରେଖା ଆଉ ସେଥିପାଇଁ ଆଜିର କ୍ୟାବିନେଟକୁ ଯଦି ଶତାବ୍ଦୀର ଏକ ବିଶେଷ କ୍ୟାବିନେଟ ମଧ୍ୟ କୁହାଯାଏ ତେବେ ଅତ୍ୟୁକ୍ତି ହେବ ନାହିଁ
  • ଏଥିପାଇଁ କ୍ୟାବିନେଟ୍‌ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏବଂ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି

 

PS



(Release ID: 1999530) Visitor Counter : 74