ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

Posted On: 23 JAN 2024 9:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ନ୍ୟାୟ କ୍ଷେତ୍ରର ଅଗ୍ରଣୀ ଶ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି ।

କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ନିଷ୍ପତ୍ତି ଦେଶବାସୀଙ୍କୁ ଗର୍ବିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପଛୁଆ ଓ ବଞ୍ଚିତ ଲୋକମାନଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ - ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟର ପ୍ରତୀକ, ମହାନ ଜନନାୟକ କର୍ପୁରୀ ଠାକୁର ଜୀ’ ଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଥିବା ସମୟରେ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ମାନଜନକ ସ୍ୱୀକୃତି ହେଉଛି ଅବହେଳିତ ବବର୍ଗର ଲୋକମାନଙ୍କ ପାଇଁ ଏକ ଚାମ୍ପିଅନ୍ ଭାବରେ ତାଙ୍କର ନିରନ୍ତର ପ୍ରୟାସ ତଥା ସମାନତା ଏବଂ ସଶକ୍ତିକରଣର ପ୍ରମୁଖ ଭାବେ କାର୍ଯ୍ୟ କରିବାର ଏକ ପ୍ରମାଣ ।

ଅବହେଳିତ ମାନଙ୍କର ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ - ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡିଛି । ଏହି ପୁରସ୍କାର କେବଳ ତାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମନ୍ୱୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ତାଙ୍କର ଲକ୍ଷ୍ୟକୁ ଜାରି ରଖିବାକୁ ଆମକୁ ପ୍ରେରଣା ଦେଇଥାଏ ।

ମୁଁ ବହୁତ ଖୁସି ଯେ ଭାରତ ସରକାର ସାମାଜିକ ନ୍ୟାୟ କ୍ଷେତ୍ରର ଅଗ୍ରଣୀ ମହାନ ଜନନାୟକ କର୍ପୁରୀ ଠାକୁର ଜୀ’ ଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ନିଷ୍ପତ୍ତି ଦେଶବାସୀଙ୍କୁ ଗର୍ବିତ କରିବାକୁ ଯାଉଛି । ଅବହେଳିତ ଓ ବଂଚିତ ଲୋକ ମାନଙ୍କ ଉନ୍ନତି ପାଇଁ କର୍ପୁରୀ ଜୀ’ଙ୍କ ଅତୁଟ ପ୍ରତିବଦ୍ଧତା ଏବଂ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ - ରାଜନୈତିକ ଦୃଶ୍ୟପଟ୍ଟରେଏକ ଅବିସ୍ମରଣୀୟ ଛାପ ଛାଡିଛି । ଏହି ଭାରତ ରତ୍ନ କେବଳ ତାଙ୍କ ଅତୁଳନୀୟ ଅବଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଏହା ସମାଜରେ ସମନ୍ୱୟତାକୁ ଆହୁରି ପ୍ରୋତ୍ସାହିତ କରିବ । "

 

***

SSP



(Release ID: 1999005) Visitor Counter : 63