ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୋଦି କୀ ଗ୍ୟାରେଣ୍ଟି ଆଣିଲା କୁଶଲ ଦେବୀଙ୍କ ଜୀବନରେ ପରିବର୍ତ୍ତନ
ମୋଦୀଙ୍କ ଗ୍ୟାରେଣ୍ଟି ଯୋଗୁଁ ସିମିଳାର ରୋହରୁରେ କୁଶଲ ଦେବୀ ସାମ୍ନା କରି ପାରିଲେ ସମସ୍ତ ବାଧାବିଘ୍ନ
ପ୍ରାଥମିକ ବିଦ୍ୟାଳୟକୁ ପାଣି ଯୋଗାଉଥିବା ମହିଳା ଜଣକ ପାଇଲେ ପକ୍କା ଘର ଓ ସୁନିଶ୍ଚିତ କଲେ ପିଲାଛୁଆଙ୍କ ପାଠପଢା
“ଗତ ନଅ ବର୍ଷ ମଧ୍ୟରେ ମହିଳାମାନେ ସମସ୍ତ ଯୋଜନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି, ଆପଣଙ୍କ ଭଳି ମହିଳାମାନେ ଭଲ କାମ କରିବା ପାଇଁ ଆମକୁ ଶକ୍ତି ଯୋଗାଇଥାନ୍ତି
प्रविष्टि तिथि:
16 DEC 2023 6:10PM by PIB Bhubaneshwar
ହିମାଚଳ ପ୍ରଦେଶ ସିମ୍ଲାର ରୋହୁରଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ କୁଶଲ ଦେବୀ ପାଣି ଯୋଗାଣକାରୀ ହେବା ସହ ଛୋଟ ମୋଟ କାମ ୨୦୨୨ ମସିହାଠାରୁ କରି ଆସୁଛନ୍ତି । ଦୁଇଟି ପିଲାର ଏକୁଟିଆ ମାଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ତିଆରି ପାଇଁ ୧ଲକ୍ଷ ୮୫ହଜାର ଟଙ୍କାର ସହାୟତା ପାଇଲେ । ତାଙ୍କ ଜମାଖାତାରେ ମାତ୍ର ଦୁଇ ହଜାର ଟଙ୍କା ଥିବାବେଳେ କିଛି ଜମି ମଧ୍ୟ ଥିଲା ।
ଜୀବନର ସମସ୍ୟାର ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ଘରଟି ହେବାରୁ ତାଙ୍କର ପିଲାମାନେ ଠିକା ଭାବେ ଶିକ୍ଷାଗ୍ରହଣ କରିପାରୁଥିବା ଶ୍ରୀମତୀ କୁଶଲ ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଉତ୍ସାହ ଉଦ୍ଜୀବିତ କରି ରଖିବା ସହ ଅନ୍ୟାନ୍ୟ ଯୋଜନାର ସୁବିଧା ନେଲେ ତାଙ୍କ ପିଲାମାନଙ୍କୁ ତାହା ସାହାଯ୍ୟ କରିବ ବୋଲି କହିଥିଲେ । ‘ମୋଦୀ କୀ ଗ୍ୟାରେଣ୍ଟି କୀ ଗାଡି’କୁ ସମସ୍ତ ତଥ୍ୟ ପାଇବାକୁ ସେ ତାଙ୍କୁ କହିଥିଲେ । “ଗତ ନଅବର୍ଷ ମଧ୍ୟରେ ମହିଳାମାନେ ସମସ୍ତ ଯୋଜନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆପଣଙ୍କ ଭଳି ମହିଳାମାନେ ଭଲ କାମ କରିବା ପାଇଁ ଆମକୁ ଶକ୍ତି ଯୋଗାଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”
*****
SM/SLP
(रिलीज़ आईडी: 1987554)
आगंतुक पटल : 91
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam