ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 23 NOV 2023 10:58AM by PIB Bhubaneshwar

ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବ୍ୟାଙ୍ଗକକ୍‌ରେ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଐତିହାସିକ ବିଜୟ!

 

ଇତିହାସରେ ନିଜ ନାଁ ଲେଖିବା ସହ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ତୀରନ୍ଦାଜ ଦଳକୁ ଅଭିନନ୍ଦନ!

 

ଚାମ୍ପିୟନଶିପରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୯ଟି ପଦକ ଜିତିଛି ।

 

ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରଶଂସା । ସେମାନେ ଆମକୁ ସର୍ବଦା ଗର୍ବିତ କରନ୍ତୁ ।’

 

 SR


(रिलीज़ आईडी: 1979024) आगंतुक पटल : 105
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam