ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 15 NOV 2023 10:49PM by PIB Bhubaneshwar

ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଟିମ୍ ଇଣ୍ଡିଆକୁ ଅଭିନନ୍ଦନ!

 

ଭାରତ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦମ୍‌ଦାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଛି ।

 

ଦୃଢ଼ ବ୍ୟାଟିଂ ଏବଂ ଭଲ ବୋଲିଂ ପାଇଁ ଆମ ଦଳ ଏହି ମ୍ୟାଚ୍ ଜିତିପାରିଛି ।

 

ଫାଇନାଲ ପାଇଁ ଶୁଭେଚ୍ଛା!’

ପ୍ରଧାନମନ୍ତ୍ରୀ ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

 

ସେ ପୋଷ୍ଟ କରିଛନ୍ତି,

 

‘ଉଲ୍ଲେଖନୀୟ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଆଜିର ସେମି ଫାଇନାଲ ଆହୁରି ଚମତ୍କାର ହୋଇଥିଲା ।

 

ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ବୋଲିଂକୁ ଆଗାମୀ ପିଢ଼ିର କ୍ରିକେଟ ପ୍ରେମୀ ମଧ୍ୟ ମନେ ରଖିବେ ।

 

ଭଲ ଖେଳିଲ ଶାମି!’

 

 SR



(Release ID: 1977317) Visitor Counter : 80