ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 02 NOV 2023 9:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଅନୁଷ୍ଠିତ ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଉତ୍ସାହିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ନିକଟରେ ଅନୁଷ୍ଠିତ ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଆଜି ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନରେ ଭାରତର କୁସ୍ତି ପ୍ରତିଭା ଆହୁରି ଚମକିଛି । କାରଣ ଆମେ ଚମତ୍କାର ୯ ପଦକ ହାସଲ କରିଛୁ । ସେଥିରୁ ୯ ଆମ ନାରୀ ଶକ୍ତି ଜିତିଛନ୍ତି । ବିଶ୍ୱ ଚାମ୍ପିୟନସିପରେ ଆମ ଆଗାମୀ କୁସ୍ତିଯୋଦ୍ଧାଙ୍କ ଏହା ଉଲ୍ଲେଖନୀୟ ପ୍ରଦର୍ଶନ । ଆମ କୁସ୍ତିଯୋଦ୍ଧାଙ୍କ ଅତୁଳନୀୟ ନିଷ୍ଠା ଏବଂ ଦୃଢ଼ତାର ଏହା ପ୍ରମାଣ । ସେମାନଙ୍କୁ ଶୁଭେଚ୍ଛା ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

 SR



(Release ID: 1974380) Visitor Counter : 59