ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 4:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମିକ୍ସଡ ଡବଲ୍ସ ଏସଏଲ୩-ଏସୟୁ୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରମୋଦ ଭଗତ ଏବଂ ମନୀଷା ରାମଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ମିକ୍ସଡ ଡବଲ୍ସ ଏସଏଲ୩-ଏସୟୁ୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପ୍ରମୋଦ ଭଗତ ଓ ମନୀଷା ରାମଦାସଙ୍କ ଯୋଡ଼ିକୁ ଅଭିନନ୍ଦନ । ଭାରତ ଏହି ଉଲ୍ଲେଖନୀୟ ଉପଲବ୍ଧିକୁ ଗର୍ବର ସହ ପାଳନ କରୁଛି।
BS