ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ଦି ସିନ୍ଧିଆ ସ୍କୁଲ୍'ର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 OCT 2023 7:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୧, ୨୦୨୩ଅପରାହ୍ନ ପ୍ରାୟ ୫ଟାରେ ଗ୍ୱାଲିୟରଠାରେ 'ଦି ସିନ୍ଧିଆ ସ୍କୁଲ୍'ର ୧୨୫ତମ ପ୍ରତିଷ୍ଠାଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ 'ବହୁମୁଖୀ କ୍ରୀଡ଼ା କମ୍ପ୍ଲେକ୍ସ'ରଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ସଫଳତା ହାସଲକରିଥିବା ଛାତ୍ରଛାତ୍ରୀଙ୍କୁ  ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ଏହିଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ।

ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକଗ୍ୱାଲିୟର ଦୁର୍ଗ ଉପରେ ଅବସ୍ଥିତ ।

BS


(रिलीज़ आईडी: 1969587) आगंतुक पटल : 135
इस विज्ञप्ति को इन भाषाओं में पढ़ें: Kannada , Marathi , Assamese , Telugu , English , Urdu , हिन्दी , Manipuri , Bengali , Punjabi , Gujarati , Tamil , Malayalam