ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

Posted On: 16 OCT 2023 8:03PM by PIB Bhubaneshwar

 

ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍‌କୁ ସାମିଲ କରାଯିବାକୁ ନେଇ ବେଶ୍ ଖୁସି । କ୍ରୀଡ଼ାବିତମାନଙ୍କ ପାଇଁ ଏହା ବଡ଼ ଖବର । କ୍ରିକେଟ ପ୍ରେମୀ ଦେଶ ଭାବେ ଆମେ ବିଶେଷକରି କ୍ରିକେଟ ଏଥିରେ ସାମିଲ ହେବାକୁ ସ୍ୱାଗତ କରୁଛୁ, ଯାହା କି ଏହି ଚମତ୍କାର ଖେଳର ବଢ଼ୁଥିବା ବୈଶ୍ୱିକ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି ।’

 

SR



(Release ID: 1968301) Visitor Counter : 70