ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ୪x୪୦୦ ରିଲେ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 04 OCT 2023 7:24PM by PIB Bhubaneswar

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ୪x୪୦୦ ରିଲେ ଦଳ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗର୍ବ ଅନୁଭବ କରିଛନ୍ତି । ଶ୍ରୀ ମୋଦୀ ଏହି ଚମତ୍କାର ପ୍ରଦର୍ଶନ ପାଇଁ  ବିଥ୍ୟା ରାମାଜ, ଐଶ୍ୱର୍ଯ୍ୟା କୈଳାଶ ମିଶ୍ର, ପ୍ରାଚୀ ଏବଂ ଶୁଭ ଭେଙ୍କଟେସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିିତିଥିବା ଭାରତୀୟ ମହିଳା ୪x୪୦୦ ରିଲେ ଟିମ୍ ପାଇଁ ଗର୍ବିତ । ଏହି ଚମତ୍କାର ପ୍ରଦର୍ଶନ ପାଇଁ  ବିଥ୍ୟା ରାମାଜ, ଐଶ୍ୱର୍ଯ୍ୟା କୈଳାଶ ମିଶ୍ର, ପ୍ରାଚୀ ଏବଂ ଶୁଭ ଭେଙ୍କଟେସନଙ୍କୁ ଅଭିନନ୍ଦନ । ଦେଶ ପାଇଁ ଏହା ଖୁସି ଆଣି ଦେଇଛି ।’

 

SR


(ରିଲିଜ ଆଡି: 1964628) ପରିଦର୍ଶକ କାଉଣ୍ଟର : 139