ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ୪x୪୦୦ ରିଲେ ପୁରୁଷ ଟିମ୍ ଦ୍ୱାରା ସ୍ୱର୍ଣ୍ଣ ପଦକ ହାସଲରେ ପ୍ରଧାନମନ୍ତ୍ରୀଙ୍କ ଖୁସି

ପୋଷ୍ଟ କରାଯିବା ଦିନାଙ୍କ: 04 OCT 2023 7:40PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୪x୪୦୦ ରିଲେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିôବା ଅନାସ ୟାହିୟା, ଅମୋଜ ଜାକୋବ, ମହମ୍ମଦ ଅଜମଲ ଏବଂ ରାଜେଶ ରମେଶଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ଆମର ପୁରୁଷ ୪x୪୦୦ ରିଲେ ଦଳ ଦ୍ୱାରା ଚମତ୍କାର ପ୍ରଦର୍ଶନ ।

 

ଅନାସ ୟାହିୟା, ଅମୋଜ ଜାକୋବ, ମହମ୍ମଦ ଅଜମଲ ଏବଂ ରାଜେଶ ରମେଶଙ୍କ ପ୍ରଦର୍ଶନ ଏବଂ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ପାଇଁ ଗର୍ବିତ । ସେମାନଙ୍କୁ ଅଭିନନ୍ଦନ ।’

 

 

SR


(ରିଲିଜ ଆଡି: 1964626) ପରିଦର୍ଶକ କାଉଣ୍ଟର : 145