ପୋଷ୍ଟ କରାଯିବା ଦିନାଙ୍କ:
03 OCT 2023 10:07PM by PIB Bhubaneswar
ଏସୀୟ କ୍ରୀଡାରେ ପୁରୁଷ ଡେକାଥଲନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଜସ୍ୱିନ୍ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ;
“ଏସୀୟ କ୍ରୀଡାରେ ପୁରୁଷ ଡେକାଥଲନ୍ ପ୍ରତିଯୋଗିତାରେ ବହୁତ ଯୋଗ୍ୟ ରୌପ୍ୟ ପଦକ ଜିତିଥିବାରୁ @TejaswinShankar ଙ୍କୁ ଅଭିନନ୍ଦନ ।
ଏହିପରି ପ୍ରତିବଦ୍ଧତା ଏବଂ ନିଷ୍ଠା ପ୍ରକୃତରେ ପ୍ରଶଂସନୀୟ, ଯାହା ଯୁବ କ୍ରୀଡାବିତ ମାନଙ୍କୁ ମଧ୍ୟ ଆନ୍ତରିକତାର ସହିତ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ । ”
***
SSP