ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି


ନିଜ ସନ୍ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଯେ ଭାରତ ହେଉଛି ବିବିଧ ଭାଷାର ଦେଶ, ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ଭାଷାଗୁଡିକୁ ବିବିଧତାର ଏକତା ସୂତ୍ରରେ ବାନ୍ଧି ରଖିବାର ନାମ ହେଉଛି ‘ହିନ୍ଦୀ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଶୟଙ୍କ ନେତୃତ୍ୱରେ ଭାରତୀୟ ଭାଷାଗୁଡିକୁ ରାଷ୍ଟ୍ରୀୟ ସ୍ତରରୁ ବୈଶ୍ୱିକ ମଂଚ ପର୍ଯ୍ୟନ୍ତ ଉଚିତ ସମ୍ମାନ ମିଳିଛି

ହିନ୍ଦୀ ହେଉଛି ଏକ ଗଣତାନ୍ତ୍ରିକ ଭାଷା, ଏହା ଭିନ୍ନ ଭିନ୍ନ ଭାରତୀୟ ଭାଷା ଓ ଉପଭାଷା ଗୁଡିକ ସହିତ ଅନେକ ବୈଶ୍ୱିକ ଭାଷାମାନଙ୍କୁ ସମ୍ମାନ ଦେଇଛି ଏବଂ ସେମାନଙ୍କ ଶବ୍ଦାବଳୀ, ପଦ ଏବଂ ବ୍ୟାକରଣ ନିୟମଗୁଡିକୁ ଆପଣାଇଛି

କୌଣସି ମଧ୍ୟ ଦେଶର ମୌଳିକ ଏବଂ ସୃଜନାତ୍ମକ ଅଭିବ୍ୟକ୍ତିକୁ ସଠିକ ଢଙ୍ଗରେ କେବଳ ସେହି ଦେଶର ନିଜସ୍ୱ ଭାଷାରେ ହିଁ କରାଯାଇ ପାରେ, ଆମର ସମସ୍ତ ଭାରତୀୟ ଭାଷା ଏବଂ ଉପଭାଷା ଗୁଡିକ ହେଉଛନ୍ତି ଆମର ସାଂସ୍କୃତିକ ଐତିହ୍ୟ ଯାହାଙ୍କୁ ସାଙ୍ଗରେ ନେଇ ଆମମାନଙ୍କୁ ଚାଲିବାର ଅଛି

ହିନ୍ଦୀର କୌଣସି ମଧ୍ୟ ଭାରତୀୟ ଭାଷା ସହିତ ନା କେବେ କୌଣସି ପ୍ରତିନ୍ଦ୍ୱନ୍ଦିତା ଥିଲା ନା ଅଛି ନା କେବେ ମଧ୍ୟ ହୋଇପାରେ

ଆମର ସମସ୍ତ ଭାଷାମାନଙ୍କୁ ସଶକ୍ତ କରିବା ଦ୍ୱାରା ହିଁ ଏକ ସଶକ୍ତ ରାଷ୍ଟ୍ରର ନିର୍ମାଣ ହେବ, ମୋର ବିଶ୍ୱାସ ଯେ ହିନ୍ଦୀ ସମସ୍ତ ସ୍ଥାନୀୟ ଭାଷାଗୁଡିକୁ ସଶକ୍ତ କରିବାର ମାଧ୍ୟମ ପାଲଟିବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଜଭାଷା ବିଭାଗ

Posted On: 14 SEP 2023 9:31AM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦେଶବାସୀଙ୍କୁ ହିନ୍ଦୀ ଦିବସର ଶୁଭକାମନା ଜଣାଇଛନ୍ତି । ନିଜ ସନ୍ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଯେ ଭାରତ ହେଉଛି ବିବିଧ ଭାଷାର ଦେଶ । ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ଭାଷାଗୁଡିକୁ ବିବିଧତାର ଏକତା ସୂତ୍ରରେ ବାନ୍ଧି ରଖିବାର ନାମ ହେଉଛି ‘ହିନ୍ଦୀ’ । ସେ କହିଛନ୍ତି ଯେ ହିନ୍ଦୀ ହେଉଛି ଏକ ଗଣତାନ୍ତ୍ରିକ ଭାଷା । ଏହା ଭିନ୍ନ ଭିନ୍ନ ଭାରତୀୟ ଭାଷା ଓ ଉପଭାଷା ଗୁଡିକ ସହିତ ଅନେକ ବୈଶ୍ୱିକ ଭାଷାମାନଙ୍କୁ ସମ୍ମାନ ଦେଇଛି ଏବଂ ସେମାନଙ୍କ ଶବ୍ଦାବଳୀ ଗୁଡିକୁ, ପଦ ଏବଂ ବ୍ୟାକରଣ ନିୟମଗୁଡିକୁ ଆପଣାଇଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୀ ଭାଷା ସ୍ୱାଧୀନତା ଆନ୍ଦୋଳନର ଜଟିଳ ସମୟରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାର ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି । ଏହା ଅନେକ ଭାଷା ଏବଂ ଉପଭାଷାରେ ଭାଗ ଭାଗ ହୋଇ ରହିଥିବା ଦେଶରେ ଏକତାର ଭାବନା ସ୍ଥାପିତ କରିଛି । ଦେଶରେ ପୂର୍ବରୁ ପଶ୍ଚିମ ଏବଂ ଉତରରୁ ଦକ୍ଷିଣ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମର ଲଢେଇକୁ ଆଗକୁ ବଢାଇବା ଖବରର ଭାଷା ଭାବେ ହିନ୍ଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରୀ ଶାହା କହିଛନ୍ତି ଦେଶରେ ‘ସ୍ୱରାଜ୍ୟ’ ପ୍ରାପ୍ତି ଏବଂ ‘ସ୍ୱଭାଷା’ର ଆନ୍ଦୋଳନ ଏକାଠି ଚାଲିଥିଲା । ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନତା ପ୍ରାପ୍ତି ପରେ ହିନ୍ଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦେଖି ସମ୍ବିଧାନ ନିର୍ମାତାମାନେ 1949 ମସିହା ସେପ୍ଟେମ୍ବର 14 ତାରିଖ ଦିନ ହିନ୍ଦୀକୁ ରାଜଭାଷା ଭାବେ ସ୍ୱୀକାର କରିଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି କୌଣସି ମଧ୍ୟ ଦେଶର ମୌଳିକ ଏବଂ ସୃଜନାତ୍ମକ ଅଭିବ୍ୟକ୍ତିକୁ ସଠିକ ଢଙ୍ଗରେ କେବଳ ସେହି ଦେଶର ନିଜସ୍ୱ ଭାଷାରେ ହିଁ କରାଯାଇ ପାରେ । ସେ କହିଛନ୍ତି ପ୍ରସିଦ୍ଧ ସାହିତ୍ୟିକ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଲେଖିଛନ୍ତି, ଯେ ‘ନିଜ ଭାଷା ଉନ୍ନତି ଅହେ, ସବ ଉନ୍ନତି କୋ ମୂଲ’ ଅର୍ଥାତ, ନିଜ ଭାଷାର ଉନ୍ନତି ହିଁ ହେଉଛି ସମସ୍ତ ପ୍ରକାର ଉନ୍ନତିର ମୌଳିକ ଆଧାର । ଶ୍ରୀ ଶାହା କହିଛନ୍ତି ଯେ, ଆମର ସମସ୍ତ ଭାରତୀୟ ଭାଷା ଏବଂ ଉପଭାଷା ଗୁଡିକ ହେଉଛନ୍ତି ଆମର ସାଂସ୍କୃତିକ ଐତିହ୍ୟ, ଯାହାଙ୍କୁ ସାଙ୍ଗରେ ନେଇ ଆମମାନଙ୍କୁ ଚାଲିବାର ଅଛି । ହିନ୍ଦୀର କୌଣସି ମଧ୍ୟ ଭାରତୀୟ ଭାଷା ସହିତ ନା କେବେ କୌଣସି ପ୍ରତିନ୍ଦ୍ୱନ୍ଦିତା ଥିଲା ନା ଅଛି ନା କେବେ ମଧ୍ୟ ହୋଇପାରେ । ଆମର ସମସ୍ତ ଭାଷାମାନଙ୍କୁ ସଶକ୍ତ କରିବା ଦ୍ୱାରା ହିଁ ଏକ ସଶକ୍ତ ରାଷ୍ଟ୍ରର ନିର୍ମାଣ ହେବ । ମୋର ବିଶ୍ୱାସ ଯେ ହିନ୍ଦୀ ସମସ୍ତ ସ୍ଥାନୀୟ ଭାଷାଗୁଡିକୁ ସଶକ୍ତ କରିବାର ମାଧ୍ୟମ ପାଲଟିବ ।

ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଶୟଙ୍କ ନେତୃତ୍ୱରେ ଭାରତୀୟ ଭାଷାଗୁଡିକୁ ରାଷ୍ଟ୍ରୀୟ ସ୍ତରରୁ ବୈଶ୍ୱିକ ମଂଚ ପର୍ଯ୍ୟନ୍ତ ଉଚିତ ସମ୍ମାନ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଜଭାଷା ବିଭାଗ ନିରନ୍ତର ଯତ୍ନଶୀଳ ଅଛି ଯେ, ମହୁ ଭଳି ମିଠା ଭାରତୀୟ ଭାଷାଗୁଡିକୁ ଆଧୁନିକ କୌଶଳ ମାଧ୍ୟମରେ ସାର୍ବଜନିକ, ପ୍ରଶାସନ, ଶିକ୍ଷା ଏବଂ ବୈଜ୍ଞାନିକ ପ୍ରୟୋଗ ଅନୁକୂଳ ଉପଯୋଗୀ କରାଯାଇ ପାରିବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମହାଶୟଙ୍କ ମାର୍ଗ ଦର୍ଶନରେ ସରକାର ଏବଂ ଜନତାଙ୍କ ମଧ୍ୟରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଯୋଗାଯୋଗ ସ୍ଥାପନ କରି କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରଭାବଶାଳୀ ଭାବେ ଲାଗୁ କରାଯାଉଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଦେଶରେ ରାଜଭାଷାରେ ହୋଇଥିବା କାର୍ଯ୍ୟର ସମୟାନୁସାରେ ସମୀକ୍ଷା ପାଇଁ ସଂସଦୀୟ ରାଜଭାଷା ସମିତିର ଗଠନ କରାଯାଇଥିଲା ଆଉ ଏହାକୁ ଉତରଦାୟିତ୍ୱ ଦିଆଯାଇଥିଲା ଯେ ଏହା ଦେଶରେ ସରକାରୀ କାର୍ଯ୍ୟକଳାପରେ ହିନ୍ଦୀର ପ୍ରୟୋଗ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରି ଏହାର ରିପୋର୍ଟ ପ୍ରସ୍ତୁତ କରି ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ପ୍ରଦାନ କରିବେ । ଏହା ପ୍ରକାଶ କରି ମୁଁ ଖୁସି ଯେ, ରାଷ୍ଟ୍ରପତି ମହୋଦୟଙ୍କୁ ଏହି ରିପୋର୍ଟର ଦ୍ୱାଦଶ ଖଣ୍ଡ ପ୍ରଦାନ କରାଯାଇ ସାରିଛି । 2014 ସୁଦ୍ଧା ଏହି ରିପୋର୍ଟର 9ମ ଖଣ୍ଡ ହିଁ ପ୍ରଦାନ କରା ଯାଇଥିଲା, କିନ୍ତୁ ଆମେ ବିଗତ 4 ବର୍ଷରେ ହିଁ 3 ଖଣ୍ଡ ପ୍ରସ୍ତୁତ କରିଛୁ । 2019ରେ ସମସ୍ତ 59 ମନ୍ତ୍ରଣାଳୟରେ ହିନ୍ଦୀ ପରାମର୍ଶଦାତା ସମିତିମାନ ଗଠନ କରାଯାଇ ସାରିଛି ତଥା ସେମାନଙ୍କର ବୈଠକ ମଧ୍ୟ ନିୟମିତ ଭାବେ ଆୟୋଜନ କରାଯାଉଛି । ଦେଶର ବିଭିନ୍ନ ଅଂଚଳରେ ରାଜଭାଷାର ପ୍ରୟୋଗ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପର୍ଯ୍ୟନ୍ତ ମୋଟ 528 ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତିମାନ ମଧ୍ୟ ଗଠନ କରାଯାଇ ସାରିଛି । ବିଦେଶରେ ମଧ୍ୟ ଲଣ୍ଡନ, ସିଙ୍ଗାପୁର, ଫିଜି, ଦୁବାଇ ଏବଂ ପୋର୍ଟ-ଲୁଇରେ ନଗର ରାଜଭାଷା ସମିତିମାନ ଗଠନ କରାଯାଇଛି । ଭାରତ ମିଳିତ ଜାତିସଙ୍ଘରେ ହିନ୍ଦୀ ଭାଷାର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛି ।

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ରାଜଭାଷା ବିଭାଗ ଦ୍ୱାରା ‘ଅଖିଳ ଭାରତୀୟ ରାଜଭାଷା ସମ୍ମେନ’ର ମଧ୍ୟ ନୂତନ ପରମ୍ପରା ଆରମ୍ଭ କରାଯାଇଛି । 13- 14 ନଭେମ୍ବର, 2021ରେ ବନାରସରେ ପ୍ରଥମ ଏବଂ 14 ସେପ୍ଟେମ୍ବର 2022ରେ ସୁରଟରେ ଦ୍ୱିତୀୟ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ପୁଣେରେ ତୃତୀୟ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନର ଆୟୋଜନ କରାଯାଉଛି । ସେ କହିଛନ୍ତି ଯେ ରାଜଭାଷାକୁ ଟେକ୍ନୋଲୋଜି ଅନୁସାରେ ବିକଶିତ କରିବା ପାଇଁ ରାଜଭାଷା ବିଭାଗ ସ୍ମୃତି ଆଧାରିତ ଅନୁବାଦ ପ୍ରଣାଳୀ ‘କଣ୍ଠସ୍ଥ’ର ମଧ୍ୟ ନିର୍ମାଣ କରିଛି । ରାଜଭାଷା ବିଭାଗ ଏକ ନୂତନ ପଦକ୍ଷେପ ସ୍ୱରୂପ ‘ହିନ୍ଦୀ ଶବ୍ଦ ସିନ୍ଧୁ’ ଭାଷାକୋଷର ମଧ୍ୟ ନିର୍ମାଣ କରିଛି । ଏହି ଭାଷାକୋଷରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଭାରତୀୟ ଭାଷାମାନଙ୍କର ଶବ୍ଦକୁ ସାମିଲ କରି ଏହାକୁ ନିରନ୍ତର ସମୃଦ୍ଧ କରାଯାଉଛି । ବିଭାଗ ମୋଟ 90 ହଜାର ଶବ୍ଦର ଏକ ‘ଇ-ମହାଶବ୍ଦକୋଷ’ ମୋବାଇଲ ଆପ ଏବଂ ପ୍ରାୟ 9 ହଜାର ବାକ୍ୟର ‘ଇ-ସରଳ’ ବାକ୍ୟକୋଷ ମଧ୍ୟ ପ୍ରସ୍ତୁତ କରିଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଭାଷା ପରିବର୍ତନର ସିଦ୍ଧାନ୍ତ, ଏହା କହିଥାଏ ଯେ ‘ଭାଷା ଜଟିଳତାରୁ, ସରଳତା ଆଡକୁ ଯାଇଥାଏ ।’ ମୋ ଚିନ୍ତାଧାରାରେ ହିନ୍ଦୀର ସରଳ ଏବଂ ସୁସ୍ପଷ୍ଟ ଶବ୍ଦକୁ କାର୍ଯ୍ୟାଳୟର କାର୍ଯ୍ୟକଳାପରେ ପ୍ରୟୋଗ କରିବା ଉଚିତ । ମୋର ବିଶ୍ୱାସ ଯେ ରାଜଭାଷା ବିଭାଗର ଏହି ପ୍ରୟାସ ଦ୍ୱାରା ସମସ୍ତ ମାତୃଭାଷାଗୁଡ଼ିକୁ ଅଭ୍ୟାସ କରି ଲୋକ-ସମ୍ମତ ଭାଷା ହିନ୍ଦୀ, ବିଜ୍ଞାନ-ସମ୍ମତ ଏବଂ ଟେକ୍ନୋଲୋଜି ସମ୍ମତ ହୋଇ ସମ୍ପନ୍ନ ରାଜଭାଷା ଭାବେ ସ୍ଥାପିତ ହେବ । ପୁଣି ଥରେ, ଆପଣ ସମସ୍ତଙ୍କୁ ହିନ୍ଦୀ ଦିବସର ଅନନ୍ତ ଶୁଭ କାମନା । 

 

*****

AH 


(Release ID: 1957516) Visitor Counter : 143