ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 08 SEP 2023 7:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସରକାରୀ ବାସଭବନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତରେ ଅଛନ୍ତି।

ଶ୍ରୀ ମୋଦୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି 

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିଲା। ଗତ 9 ବର୍ଷ ମଧ୍ୟରେ ଭାରତ-ବାଂଲାଦେଶ ସମ୍ପର୍କର ଅଗ୍ରଗତି ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଆମର ଆଲୋଚନାରେ ଯୋଗାଯୋଗ, ବାଣିଜ୍ୟିକ ସଂଯୋଗ ଓ ଆହୁରି ଅନେକ ବିଷୟ ସାମିଲ୍ ଥିଲା।’’

 

BS


(रिलीज़ आईडी: 1955651) आगंतुक पटल : 205
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam