ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଗ୍ରୀକ୍ ଗବେଷକ ଏବଂ ସଙ୍ଗୀତକାର କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 AUG 2023 10:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଗ୍ରୀକ୍ ଗବେଷକ ଏବଂ ସଙ୍ଗୀତକାର ତଥା ଭାରତର ବନ୍ଧୁ ଶ୍ରୀ କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କୁ ଭେଟିଥିଲେ ।

ଭାରତ ପ୍ରତି ଭଲପାଇବା ଏବଂ ଭାରତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତି କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ୨୦୨୨ ନଭେମ୍ବର ୨୭ରେ ‘ମନ୍ କୀ ବାତ୍‌’ ର ୯୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ କହିଥିଲେ ।

ଗ୍ରୀସରେ ଭାରତୀୟ ସଂସ୍କୃତିକୁ ଅଧିକ ଲୋକପ୍ରିୟ କରିବାର ସମ୍ଭାବନା ଉପରେ ସେମାନେ ଆଲୋଚନା

କରିଥିଲେ ।

SR


(ରିଲିଜ ଆଡି: 1953155) ପରିଦର୍ଶକ କାଉଣ୍ଟର : 161