ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ‘ହର ଘର ତିରଙ୍ଗା’ ଅଭିଯାନରେ ନାଗରିକମାନଙ୍କୁ ତିରଙ୍ଗା ସହ ଫଟୋ ଅପଲୋଡ କରିବାକୁ ଆହ୍ୱାନ ଦେଲେ

Posted On: 11 AUG 2023 8:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

 

ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି; 

 

‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି । ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି । ଆସନ୍ତୁ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା । ତ୍ରିରଙ୍ଗା ସହିତ harghartiranga.com ରେ ନିଜ ସେଲଫି ମଧ୍ୟ ନିଶ୍ଚିତ ଅପଲୋଡ କରିବା’’

 

‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା । ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି । ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି । ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ ।’’

 

SR



(Release ID: 1948005) Visitor Counter : 119