ପୋଷ୍ଟ କରାଯିବା ଦିନାଙ୍କ:
27 JUL 2023 2:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଆଇଟିପିଓ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରରେ ପୂଜାର୍ଚ୍ଚନା କରିବା ସହ ଏହି ସେଣ୍ଟର ନିର୍ମାଣରେ ଜଡ଼ିତ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦିଲ୍ଲୀ ଏକ ଅତ୍ୟାଧୁନିକ ଏବଂ ଭବିଷ୍ୟବାଦୀ ଅନ୍ତର୍ଜାତୀୟ ଏକଜିବିସନ୍-କମ୍-କନଭେନସନ୍ ସେଣ୍ଟର ପାଇଛି, ଯାହା ଭାରତରେ ସମ୍ମିଳନୀ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆଣିବ । କେନ୍ଦ୍ରର ଆର୍ଥିକ ତଥା ପର୍ଯ୍ୟଟନ ସମ୍ବନ୍ଧୀୟ ଲାଭ ମଧ୍ୟ ବହୁଗୁଣିତ ହେବ ।’
SR