ରାଷ୍ଟ୍ରପତିଙ୍କ ସଚିବାଳୟ
ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ
ପୋଷ୍ଟ କରାଯିବା ଦିନାଙ୍କ:
19 JUL 2023 1:02PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୯, ୨୦୨୩) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ:
୧. ମହାମହିମ ଶ୍ରୀମତୀ ଡିଲାହ ଲୁସିଏନ୍, ଚାଡ୍ ରିପବ୍ଲିକ୍ ର ରାଷ୍ଟ୍ରଦୂତ
୨. ବୁରୁଣ୍ଡି ଗଣତନ୍ତ୍ରର ରାଷ୍ଟ୍ରଦୂତ ମହାମହିମ ବ୍ରିଗେଡିୟର ଜେନେରାଲ ଅଲୋୟସ୍ ବିଜିନ୍ଦାଭି
୩. ଫିନଲ୍ୟାଣ୍ଡ ଗଣତନ୍ତ୍ରର ରାଷ୍ଟ୍ରଦୂତ ମହାମହିମ ଶ୍ରୀ କିମ୍ମୋ ଲାହଡେଭିର୍ତା
୪. ଆଙ୍ଗୋଲା ଗଣତନ୍ତ୍ରର ରାଷ୍ଟ୍ରଦୂତ ମହାମହିମ ଶ୍ରୀ କ୍ଲେମେଣ୍ଟେ ପେଡ୍ରୋ ଫ୍ରାନ୍ସିସ୍କୋ କାମେନ୍ହା
୫. ଫେଡେରାଲ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଥିଓପିଆର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ଡେମେକ ଆଟନାଫୁ ଆମ୍ବୁଲୋ
*****
SSP/PIB BBSR
(ରିଲିଜ ଆଡି: 1940672)
ପରିଦର୍ଶକ କାଉଣ୍ଟର : 179