ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସର ବିଶିଷ୍ଟ ଯୋଗ ଶିକ୍ଷୟିତ୍ରୀ ଶାର୍ଲୋଟ ଶପିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 14 JUL 2023 9:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୪ରେ ଫ୍ରାନ୍ସର ବିଶିଷ୍ଟ ଶିକ୍ଷୟିତ୍ରୀ ଶାର୍ଲୋଟ ଶପିନଙ୍କୁ୍ ପ୍ୟାରିସରେ ଭେଟଛନ୍ତି । 

ଯୋଗ ଉପରେ ଶପିନଙ୍କ ଗଭୀର ବିଶ୍ୱାସ ଏବଂ ଫ୍ରାନ୍ସରେ ଯୋଗର ପ୍ରସାର ପାଇଁ ତାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଯୋଗ କିପରି ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ସହ ଖୁସି ଆଣିପାରିବ ତାହା ଉପରେ ଶପିନ୍ ତାଙ୍କ ମତ ରଖିଥିଲେ । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଯୋଗୁ ଯୋଗ ପ୍ରତି ଆଗ୍ରହ ବଢ଼ିଥିବା ସେମାନେ ଆଲୋଚନା କରିଥିଲେ । 

SR



(Release ID: 1939693) Visitor Counter : 87