ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛି; ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି


ମନ୍ତ୍ରଣାଳୟ ଗଣମାଧ୍ୟମ ସଂଗଠନଗୁଡ଼ିକୁ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ସାଲିସ୍ ନକରିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି

प्रविष्टि तिथि: 15 JUN 2023 12:02PM by PIB Bhubaneshwar

ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କି କ୍ଷେତ୍ର ସ୍ତରରେ ବାତ୍ୟାବିପର୍ଯ୍ୟୟସଂକାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ସମସ୍ତ ଚ୍ୟାନେଲ ଦ୍ୱାରା ନିୟୋଜନ ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି

ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ କ୍ଷେତ୍ର ସ୍ତରରୁ ରିପୋର୍ଟିଂ କରିବା ଏହି ଘଟଣାର ଖବର ପାଇଁ ବେସରକାରୀ ଟିଭି ଚ୍ୟାନେଲ ଦ୍ୱାରା ନିୟୋଜିତ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ତଥା ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗୁରୁତର ବିପଦ ଆଣିପାରେ ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିଛି ଯେ ଏହିପରି କ୍ଷେତ୍ରସ୍ତରୀୟ ରିପୋର୍ଟିଂ ପାଇଁ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆସିପାରେ

ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ନିୟୋଜିତ ସେମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଏହା ମଧ୍ୟ ଦୃଢ ଭାବରେ ପରାମର୍ଶ ଦେଇଛି ଯେ କୌଣସି ପରିସ୍ଥିତିରେ ସଂଗଠନ ଏପରି କର୍ମଚାରୀଙ୍କ ନିୟୋଜନ ପାଇଁ ନିଷ୍ପତ୍ତି ନେବା ଉଚିତ ଯାହା ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ବିପନ୍ନ ନକରିବ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ପାଳନ କରାଯାଇପାରିବ

ବାତ୍ୟାବିପର୍ଯ୍ୟୟଦେଶର ପଶ୍ଚିମ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି ଯାହା ବିଭିନ୍ନ ଆକାରରେ କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି ମନ୍ତ୍ରଣାଳୟ ଲୋକମାନଙ୍କୁ ଆଶ୍ୱାସନା ଦେଇଛି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ବାତ୍ୟା ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି

HS


(रिलीज़ आईडी: 1932596) आगंतुक पटल : 197
इस विज्ञप्ति को इन भाषाओं में पढ़ें: Telugu , Kannada , Gujarati , English , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil