ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସ ଅବସରରେ ସଂଗ୍ରହ କାର୍ଯ୍ୟର ମହତ୍ତ୍ବ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2023 1:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ଐତିହ୍ୟ ଓ ଜ୍ଞାନକୁ ସଂରକ୍ଷିତ କରିବାରେ ଉଚିତ୍ ସଂଗ୍ରହ କାର୍ଯ୍ୟ ଓ ଏହାର ଭୂମିକାର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି।  

ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ବିଷୟରେ ଭାରତର ରାଷ୍ଟ୍ରୀୟ ଅଭିଲେଖାଗାରର ଏକ ଟ୍ବିଟ୍ ଥ୍ରେଡର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :

‘‘ଉଚିତ୍ ଉପାୟରେ ସଂଗ୍ରହ କରିବା, ଆମର ଐତିହ୍ୟ ଓ ଜ୍ଞାନକୁ ସଂରକ୍ଷିତ କରିବା ଆମର ପ୍ରତିବଦ୍ଧତାର ପ୍ରମାଣ ଅଟେ। ଏହା ସୁନିଶ୍ଚିତ କରିଥାଏ ଯେ ଆଗାମୀ ପୀଢ଼ି ଅତୀତ ସହିତ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବେ ଏବଂ ଆମର ସାମୁହିକ ଜ୍ଞାନ ସହିତ ଆଗକୁ ବଢ଼ିବା ଜାରି ରଖିବେ। ଆସନ୍ତୁ ଆମେ ଆମର ଆର୍କିଭିଷ୍ଟଙ୍କୁ ସମ୍ମାନ ଦେବା, ଯେଉଁମାନେ ଆମର ଇତିହାସକୁ ପରିଶ୍ରମପୂର୍ବକ ସଂରକ୍ଷଣ କରୁଛନ୍ତି।

 

BS


(ରିଲିଜ ଆଡି: 1931251) ପରିଦର୍ଶକ କାଉଣ୍ଟର : 178