ପୋଷ୍ଟ କରାଯିବା ଦିନାଙ୍କ:
21 MAY 2023 8:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ୨୧, ୨୦୨୩ ସନ୍ଧ୍ୟାରେ ପୋର୍ଟ ମୋରେସବିରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ଭାବନା ବ୍ୟକ୍ତ କରି ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜେମ୍ସ ମାରାପେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୯ ତୋପ ସଲାମୀ ଓ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ ଗିନି ଗସ୍ତ କରିଛନ୍ତି । ଏହି ଗସ୍ତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶଗୁଡିକ ସହ ଭାରତର ଘନିଷ୍ଠ ବନ୍ଧୁତାକୁ ଦର୍ଶାଉଛି ।
SR