ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସୁଶାସନର ସାଧନ ଭାବରେ ନାଗରିକ କୈନ୍ଦ୍ରିକ ସୂଚନା ବିଷୟରେ ଏକ ଦିବସୀୟ ଚିନ୍ତନ ଶିବିରର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର
ନୂତନ ପ୍ରଯୁକ୍ତିକୁ ବ୍ୟବହାର କରନ୍ତୁ ଓ ସରକାରୀ ଯୋଗାଯୋଗର ନୂତନ ଦିଗ ଉନ୍ମୋଚନ କରନ୍ତୁ : ଶ୍ରୀ ଅନୁରାଗ ଠାକୁର
Posted On:
17 MAY 2023 2:47PM by PIB Bhubaneshwar
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ନିଜର ମିଡିଆ ୟୁନିଟ୍ ଏବଂ ଭାରତୀୟ ସୂଚନା ସେବା (ଆଇଆଇଏସ୍) ଅଧିକାରୀଙ୍କ ସହିତ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସରକାରୀ ଯୋଗାଯୋଗରେ ନୂତନ ପ୍ରଯୁକ୍ତିର ବ୍ୟବହାର କରିବା ଏବଂ ନୂତନ ଦିଗ ଉନ୍ମୋଚନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଶ୍ରୀ ଠାକୁର ଆଜି ନୂଆ ଦିଲ୍ଲୀରେ ସୁଶାସନର ସାଧନ ଭାବରେ ନାଗରିକ କୈନ୍ଦ୍ରିକ ସମ୍ପର୍କ ଉପରେ ଆୟୋଜିତ ସମ୍ମିଳନୀରେ ଏକ ଦିବସୀୟ ‘ଚିନ୍ତନ ଶିବିର’ ର ଉଦ୍ଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସମଗ୍ର ଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସହିତ ନିଜର ଶ୍ରୋତାମାନଙ୍କୁ ସଚେତନ କରି ଶ୍ରୀଯୁକ୍ତ ଠାକୁର କହିଛନ୍ତି ଯେ ମିଡିଆର ଉଦ୍ଦେଶ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ସେହିଭଳି ଲୋକଙ୍କ ସୂଚନାର ଉପଯୋଗ କରିବାର ମାର୍ଗ ରେ ମଧ୍ୟ ପରିବର୍ତ୍ତନ ହେଉଛି। ଏହି ବିଷୟରେ ସେ କହିଛନ୍ତି ଯେ 21ଶ ଶତାବ୍ଦୀରେ ଆବଶ୍ୟକତାକୁ ପୂରଣ କରିବା ଏବଂ ସୂଚନାର ପ୍ରସାର ର ଆମର ପ୍ରଣାଳୀକୁ ଗ୍ରହର କରିବାର ଆବଶ୍ୟକତା ରହିଛି।
ସେ କହିଛନ୍ତି ଯେ ଭାରତୀୟ ସୂଚନା ସେବା ଭାରତ ସରକାରଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ଅଟେ ଓ ଏହି ଚିନ୍ତନ ଶିବିର ଅଧିକାରୀମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କାମରେ ସହଯୋଗ କରିବା, ଆତ୍ମ-ନିରୀକ୍ଷଣ କରିବା ଏବଂ ସମୟରେ ସଠିକ୍ କାମ କରିବାର ଏକ ବିଶେଷ ସୁଯୋଗ ପ୍ରଦାନ କରିଛି। ସେ ଅଧିକାରୀମାନଙ୍କୁ ସମ୍ବଳର ଉନ୍ନତ ଉପଯୋଗ କରିବା, ପ୍ରଚେଷ୍ଟାର ସମନ୍ବୟ ଓ ସୂଚନାର ଆଦାନ ପ୍ରଦାନ ତଥା ଏକ ଟିମ୍ ଭାବରେ ଯୋଗଦାନ କରି ଉଚ୍ଚ ପ୍ରଭାବଶୀଳତା ଦଗରେ କାମ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।
ସେ ଉପସ୍ଥିତ ଶ୍ରୋତାମାନଙ୍କୁ ନିଜ ପାଇଁ ଏକ ସମୟ ସୀମା ନିର୍ଦ୍ଧାରିତ କରିବା ଏବଂ ମନ୍ତ୍ରଣାଳୟର ପ୍ରାଥମିକତା ଏବଂ ଉତ୍ପାଦ ସହିତ ନିଜର ସଙ୍ଗଠନର ପ୍ରାଥମିକତା ଏବଂ ଉତ୍ପାଦର ଯାଞ୍ଚ କରିବା ଏବଂ ଅପଡେଟ୍ କରିବାର ଆଗ୍ରହ କରିଛନ୍ତି। ସେ କର୍ମଯୋଗୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବର ପ୍ରଶଂସା କରି ଅଧିକାରୀମାନଙ୍କୁ ସମୟକୁ ସମୟରେ ଆତ୍ମ ନିରୀକ୍ଷଣ କରିବାକୁ କହିଛନ୍ତି, ଯଦ୍ବାରା ସେ ଏହା ଦେଖିପାରିବେ ଯେ ସେ ଦେଶକୁ ନିଜର ସର୍ବଶ୍ରେଷ୍ଠ ପ୍ରଦାନ କରିବାକୁ ସକ୍ଷମ ଅଟନ୍ତି।
ସେ ମନ୍ତ୍ରଣାଳୟର ଯୋଗାଯୋଗର ଲକ୍ଷ୍ୟ ପାଇଁ ଏକ ସ୍ପଷ୍ଟ ପ୍ରାଥମିକତା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଯେଉଁ ଭଳି ସରକାର ବଞ୍ଚିତମାନଙ୍କର କଲ୍ୟାଣ ଦିଗରେ କାର୍ଯ୍ୟରତ ରହିଛନ୍ତି ସେହିପରି ଅନ୍ତ୍ୟୋଦୟର ମନ୍ତ୍ରକୁ ଅଧିକାରୀମାନଙ୍କର କାର୍ଯ୍ୟରେ ମାର୍ଗ ଦର୍ଶନ କରିବା ଆବଶ୍ୟକ। ସେ କହିଛନ୍ତି ଯେ ଭାରତର ଏକ ବଡ଼ ଅଂଶ ମିଡିଆର ଆଢ଼ୁଆଳରେ ରହିଥାଏ, ଯାହାକି ଟେଲିଭିଜନ ଓ ସମାଚାର ପତ୍ରର ସୁବିଧାରୁ ବଞ୍ଚିତ ଅଟେ। ଏହା ଅଧିକାରୀମାନଙ୍କର ଦାୟୀତ୍ବ ଯେ ସେ ସମାଜର ସେହି ବର୍ଗ ନିକଟରେ ପହଞ୍ଚିବେ।
ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ସଚିବ ଏହି ଶିବିରର ମୂଳ ବିଷୟକୁ ପାଞ୍ଚଟି ଅଧିବେଶନରେ ବିଭାଜିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ସବୁ ବିଷୟରେ ବହୁତ ପ୍ରାସଙ୍ଗିକତା ରହିଛି। ଗ୍ରୁପରେ ବିଭାଜିତ ଅଧିକାରୀ ଏହି ଶିବିରରେ ମାନସ ମନ୍ଥନ କରିବେ ଏବଂ ଶେଷରେ ନିଜର ବିଚାର ପ୍ରସ୍ତୁତ କରିବେ। ଆଲୋଚନାର ଏହି ପାଞ୍ଚଟି ବିଷୟ ନିମ୍ନ ପ୍ରକାର ଅଟେ-
ନାଗରିକଙ୍କ ସହିତ ସହଭାଗୀ ଯୋଗାଯୋଗ – ଜନଭାଗିଦାରୀ
ପହଞ୍ଚକୁ ଅଧିକରୁ ଅଧିକ କରିବା ପାଇଁ ସାର୍ବଜନିକ ସଞ୍ଚାରରେ ନୂତନ ପ୍ରଯୁକ୍ତିର ଗ୍ରହଣ
ଭୁଲ୍ ସୁଚନାର ସମାଧାନ ପାଇଁ ତ୍ବରିତ ପ୍ରକ୍ରିୟା ପ୍ରଣାଳୀର ସ୍ଥାନୀୟକରଣ
କ୍ଷେତ୍ରୀୟ ଯୋଗାଯୋଗ ମାଧ୍ୟମରେ ଲକ୍ଷରେ ପହଞ୍ଚିବା
ଲୋକ ସେବା ପ୍ରସାରଣକୁ ମଜବୁତ୍ କରିବା
ସରକାରୀ ଯୋଗାଯୋଗ ସହିତ ସମ୍ବନ୍ଧିତ ବିଷୟରେ ମନ୍ଥନ କରିବା ଏବଂ ଭାରତ ସରକାରଙ୍କ ଯୋଗାଯୋଗ ଏବଂ ଆଉଟରିଚ୍ କାର୍ଯ୍ୟବିଧିକୁ ମାର୍ଗଦର୍ଶନ ପାଇଁ ଏକ କାର୍ଯ୍ୟ ଯୋଜନା ଏବଂ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଜାତୀୟ ମିଡିଆ କେନ୍ଦ୍ର, ନୂଆ ଦିଲ୍ଲୀରେ ଏହି ଏକ ଦିବସୀୟ ଚିନ୍ତନ ଶିବିରର ଆୟୋଜନ କରାଯାଉଛି।
BS
(Release ID: 1925027)
Visitor Counter : 128
Read this release in:
Khasi
,
English
,
Urdu
,
Hindi
,
Nepali
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam