କ୍ୟାବିନେଟ
azadi ka amrit mahotsav

ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗ (ଡିଏଚ୍‌ଆର୍‌) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟରେ ସହାୟକ ପ୍ରଯୁକ୍ତି ବିଦ୍ୟା ଉପରେ ପ୍ରକଳ୍ପ ସହଯୋଗ ଚୁକ୍ତିନାମା ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ କରିଛି

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2023 4:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗ (ଡିଏଚଆର) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟରେ ପ୍ରକଳ୍ପ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର ହୋଇଥିବାରୁ ମୁଖ୍ୟତଃ ଅନୁସନ୍ଧାନ, ଉଦ୍ଭାବନ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଉଚ୍ଚମାନର ସୁଲଭ ସହାୟକ ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହିତ କରାଯିବ ବୋଲି ସୂଚନା ଦିଆଯାଇଛି । 

ପ୍ରକଳ୍ପ ସହଯୋଗ ଚୁକ୍ତିନାମା (ପିସିଏ) ରେ ୧୦/୧୦/୨୦୨୨ ରେ ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ଏବଂ ୧୮/୧୦/୨୦୨୨ ରେ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗ (ଡିଏଚ୍‌ଆର) ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ।

ସହାୟତା ପ୍ରଦାନକାରୀ ଜ୍ଞାନକୌଶଳର ପ୍ରବେଶ, ଗବେଷଣା ଏବଂ ନବସୃଜନ ପ୍ରତିପୋଷଣ ଏବଂ ଉପଯୁକ୍ତ ତାଲିମ କାର୍ଯ୍ୟକ୍ରମର ବିକାଶ ଏବଂ ପ୍ରସାର ଦିଗରେ ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ସହଯୋଗ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।…

****

SSP

 


(ରିଲିଜ ଆଡି: 1924993) ପରିଦର୍ଶକ କାଉଣ୍ଟର : 175