ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି (ମେ ୧୬) ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ ପ୍ରତିଷ୍ଠାନରେ ନୂଆ କରି ନିଯୁକ୍ତି ପାଇଥିବା ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ

Posted On: 15 MAY 2023 11:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ ୧୬ତାରିଖ) ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀମାନଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ । ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୭୧ହଜାର ପରୀକ୍ଷାର୍ଥୀ ବିଭିନ୍ନ ସରକାରୀ ପଦ ଓ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଛି । କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରିବେ  । ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସ୍‌ପେକ୍ଟର, କମର୍ସିଆଲ-କମ୍‌-ଟିକେଟ କ୍ଲର୍କ, ଟ୍ରାକ୍ ମେଣ୍ଟେନରସ, ସହକାରୀ ସେକସନ୍ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସ୍‌ପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟସ୍ ଅଫିସର, ସହକାରୀ ଅଡିଟ୍ ଅଫିସର, ଡିଭିଜିନାଲ ଅକାଉଣ୍ଟା, ଅଡିଟର, କନ୍‌ଷ୍ଟେବଲ, ହେଡ୍ କନଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନ୍‌ଡ ଗ୍ରାଜୁଏଟ୍ ଟିଚର୍ସ, ସହକାରୀ ରେଜିଷ୍ଟ୍ରାର ଓ ସହକାରୀ ପ୍ରଫେସର ।

ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲେ ରୋଜଗାର ମେଳା ତାହାର ଏକ ଅଂଶବିଶେଷ । ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏବଂ ନିଯୁକ୍ତି ଆଶାୟୀଙ୍କୁ ଯଥାର୍ଥ କର୍ମନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ ।  ଯଥାର୍ଥ କର୍ମ ନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ । ଯଥା କର୍ମ ନିଯୁକ୍ତି ଓ ରୋଜଗାର ପାଇଲେ ଯୁବ ସମାଜ ସଶକ୍ତ ହେବା ସହିତ ଜାତୀୟ ବିକାଶ ପ୍ରକ୍ରିୟାରେ ଯଥାର୍ଥ ସହଯୋଗ  ଯୋଗାଇ ପାରିବେ ।

ନବନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାରେ ସୁଯୋଗ ପାଇବେ। ଏହି କର୍ମଯୋଗୀ ପ୍ରାରମ୍ଭ ଏକ ଅନ୍‌ଲାଇନ୍ ଓରିଏଣ୍ଟେସନ ପାଠ୍ୟକ୍ରମ । ବିଭିନ୍ନ ବିଭାଗର ସବୁ ନବନିଯୁକ୍ତ ସରକାରୀ ର୍କମଚାରୀ ଏହି ଓରିଓଣ୍ଟେସନ୍ ପାଠ୍ୟକ୍ରମରେ ଭାଗ ନେଇ ପ୍ରାରମ୍ଭିକ ତାଲିମ ଦେବାକୁ ବାଧ୍ୟ । ଯାହା ଦ୍ୱାରା ସେମାନଙ୍କର କାର୍ମିକ ଦକ୍ଷତା ଓ ଶୃଙ୍ଖଳା ବଢିବ ଏବଂ ସେମାନେ ସରକାରୀ କାର୍ଯ୍ୟ ଓ ଏହାର ସମ୍ପାଦନା ସମ୍ପର୍କରେ ଭଲଭାବେ ଅବଗତ ହେବେ ।

 

*****

TKM/SLP

 



(Release ID: 1924192) Visitor Counter : 187