ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
12 MAY 2023 2:42PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଯୁବପୀଢିଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ପାଇଁ ମୁଁ ଗର୍ବିତ । ଯୁବପୀଢିଙ୍କ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ସଫଳତା ଜଣାଉଛି ।”
“ଯେଉଁ ପ୍ରତିଭାବାନ ଯୁବପୀଢି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆହୁରି ଭଲ କରି ପାରିଥାନ୍ତେ ବୋଲି ଭାବୁଛନ୍ତି ସେମାନଙ୍କୁ କହିବାକୁ ଚାହୁଁଛି- ଆଗାମୀ ଦିନରେ ଆପଣମାନେ ବହୁତ କିଛି କରିପାରିବେ । ପରୀକ୍ଷାର ଗୋଟିଏ ସେଟ ଆପଣଙ୍କୁ ବ୍ୟାଖ୍ୟା କରିପାରିବ ନାହିଁ । ଆଗ୍ରହ ଥିବା କ୍ଷେତ୍ରରେ ନିଜ ପ୍ରତିଭା ଉପଯୋଗ କରନ୍ତୁ । ଆପଣମାନଙ୍କୁ ନିଶ୍ଚିତ ସଫଳତା ମିଳିବ ।”
SR
(Release ID: 1923827)
Visitor Counter : 109
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam