ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ୍ କୀ ବାତ୍ ଉପରେ ଜାପାନ ଦୂତାବାସର ବାର୍ତ୍ତାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

Posted On: 03 MAY 2023 7:57PM by PIB Bhubaneshwar

ଭାରତରେ ଜାପାନ ଦୂତାବାସ ପକ୍ଷରୁ ମନ୍ କୀ ବାତର ୧୦୦ ତମ ଅଧ୍ୟାୟ ଉପରେ ଟୁଇଟ କରାଯାଇଥିଲା ଏହି ଅବସରରେ ଜାପାନ ଦୂତାବାସ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଏକ ସନ୍ଦେଶକୁମନ୍ କୀ ବାତ: ସୋସିଆଲ ରିଭୋଲ୍ୟୁସନ ଅନ୍ ରେଡିଓପୁସ୍ତକର ପ୍ରସ୍ତାବନାରେ ମନେ ପକାଇଥିଲା

ଦୂତାବାସ ମନ୍ କୀ ବାତର ୮୯ତମ ଅଧ୍ୟାୟକୁ ମଧ୍ୟ ମନେ ପକାଇଥିଲା ଯେଉଁଥିରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜାପାନ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ଏସୀୟ ଦେଶଗୁଡ଼ିକରେ ମହାଭାରତ ରାମାୟଣ ମଞ୍ଚସ୍ଥ କରିଥିବା ଜାପାନ କଳାକାରଙ୍କ କଥା କହିଥିଲେ

ଏହି ଏକାଧିକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଏପରି ସହୃଦୟ ଶବ୍ଦ ଏବଂ ମୋର ବନ୍ଧୁ ସ୍ୱର୍ଗତଃ ଶ୍ରୀ ଶିଞ୍ଜୋ ଆବେଙ୍କୁ ମନେ ପକାଇଥିବାରୁ ଧନ୍ୟବାଦ

 

SR



(Release ID: 1921933) Visitor Counter : 101