ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପିଟିପି- ଏନଇଆର ଏକ ଉତ୍ତମ ଯୋଜନା, ଯାହାର ଉଦ୍ଦେଶ୍ୟ ଉତ୍ତର ପୂର୍ବାଞ୍ଚଳର ପ୍ରତିଭାବାନ କାରିଗରଙ୍କ ଜୀବନକୁ ଉନ୍ନତ କରିବା: ପ୍ରଧାନମନ୍ତ୍ରୀ
Posted On:
20 APR 2023 10:46AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଜନଜାତୀୟ ଉତ୍ପାଦଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ବିପଣନ ଓ ରସଦ ବିକାଶ (ପିଟିପି-ଏନଇଆର) ଏକ ଉତ୍ତମ ଯୋଜନା । ଉତ୍ତର ପୂର୍ବାଞ୍ଚଳର ପ୍ରତିଭାବାନ କାରିଗରଙ୍କ ଜୀବନକୁ ଉନ୍ନତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ରହିଛି । ଏହା ଉତ୍ତର ପୂର୍ବାଞ୍ଚଳର ଉତ୍ପାଦଗୁଡିକ ବ୍ୟାପକ ଦୃଶ୍ୟମାନତା ଏହା ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ସୂଚନା ଦେଇଛନ୍ତି ଯେ, ପିଟିପି-ଏନଇଆର ଯୋଜନାର ଉଦ୍ଦେଶ୍ୟ ଉତ୍ପାଦର କ୍ରୟ, ରସଦ ଓ ବିପଣନ କ୍ଷମତା ବଢାଇ ଜନଜାତି କାରିଗରଙ୍କ ପାଇଁ ଜୀବିକା ସୁଯୋଗ ମଜବୁତ କରିବା ।
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପିଟିପି-ଏନଇଆର ଏକ ଉତ୍ତମ ଯୋଜନା, ଯାହାର ଉଦ୍ଦେଶ୍ୟ ଉତ୍ତର ପୂର୍ବାଞ୍ଚଳର ପ୍ରତିଭାବାନ କାରିଗରଙ୍କ ଜୀବନକୁ ଉନ୍ନତ କରିବା । ଏହା ଉତ୍ତର ପୂର୍ବାଞ୍ଚଳର ଉତ୍ପାଦଗୁଡିକ ବ୍ୟାପକ ଦୃଶ୍ୟମାନତା ମଧ୍ୟ ସୁନିଶ୍ଚିତ କରିବ । ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ଏହାଦ୍ୱାରା ଲାଭ ପାଇବେ ।”
SR
(Release ID: 1918160)
Read this release in:
English
,
Gujarati
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam