ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋଟ୍ଟାୟାମ (ସାବରିମାଲା)ରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ ପାଇଁ ଜମି ମଞ୍ଜୁରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2023 5:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କୋଟ୍ଟାୟାମ (ସାବରିମାଲା)ରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଙ୍କ ପକ୍ଷରୁ ୨୨୫୦ଏକରରୁ ଅଧିକ ଜମି ମଞ୍ଜୁରୀକୁ ପ୍ରଶଂସା କରିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପର୍ଯ୍ୟଟନ ଓ ବିଶେଷ କରି ଆଧ୍ୟାତ୍ମିକ ପର୍ଯ୍ୟଟନ ପାଇଁ ସୁଖବର ।”

 

SR


(ରିଲିଜ ଆଡି: 1917684) ପରିଦର୍ଶକ କାଉଣ୍ଟର : 184