ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଆହାଟୀ ଏମ୍ସ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

Posted On: 15 APR 2023 10:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଗୁଆହାଟୀ ଏମ୍ସ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଇଛନ୍ତି ।

ରାଜେଶ ଭାରତୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏମ୍ସ ନେଟୱର୍କର ବିସ୍ତାର ବେଶ ସନ୍ତୋଷଜନକ ଉପକ୍ରମ ଓ ଆମେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଓ ସୁଲଭ କରିବା ପାଇଁ ଅନେକ ପଦକ୍ଷେପ ନେବୁ ।

ଉତ୍ତର ପୂର୍ବାଞ୍ଚଳରେ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ ସମ୍ପର୍କରେ ପ୍ରଫେସର ଡଃ ସୁଧିର ଦାସଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ନିଶ୍ଚିତ ଭାବେ, ଏହା ଉତ୍ତର ପୂର୍ବାଞ୍ଚଳର ମୋ ଭଉଣୀ ଓ ଭାଇମାନଙ୍କ ପାଇଁ ବେଶ ସହାୟକ ହେବ ।

ଜୋରହାଟ ବାସିନ୍ଦା ଦୀପଙ୍କର ପରାଶରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଦ୍ୱାରା ଆସାମର ବିକାଶ ଆହୁରି ତ୍ୱରାନ୍ୱିତ ହେବ ।”   

 

SR


(Release ID: 1916989) Visitor Counter : 123