ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନସଚେତନତା ଓ ଜନଭାଗିଦାରୀ ଜରିଆରେ ଅପପୁଷ୍ଟି ନିରାକରଣ ସଂକ୍ରାନ୍ତରେ ବଲାଙ୍ଗିର ସାଂସଦଙ୍କ ଟୁଇଟ୍ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
10 APR 2023 10:06AM by PIB Bhubaneshwar
ଜନସଚେତନତା ଓ ଜନଭାଗିଦାରୀ ଜରିଆରେ ଅପପୁଷ୍ଟି ନିରାକରଣ ଉପରେ ବଲାଙ୍ଗିର ସାଂସଦଙ୍କ ଟୁଇଟ୍ ଥ୍ରେଡ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ସରକାରୀ ଯୋଜନା ପୋଷଣ ଅଭିଯାନର ପ୍ରଭାବ ଉପରେ ଆଧାରିତ ଏକ ଟୁଇଟ୍ ଥ୍ରେଡ୍ ବଲାଙ୍ଗିର ସାଂସଦ ଶେୟାର କରିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ ପୋଷଣ ଅଭିଯାନ କାରଣରୁ ଏବେ ସୁସ୍ଥ ଶିଶୁ ଜନ୍ମ ନେଉଛନ୍ତି । ସ୍ୱଚ୍ଛ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ଏହାକୁ ତୁରନ୍ତ ଜନସାଧାରଣ ଗ୍ରହଣ କରି ନେବା ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ଅନୁରୂପ ଭାବେ ପୋଷଣ ଅଭିଯାନ ମଧ୍ୟ ସରକାରଙ୍କ ପ୍ରଭାବୀ କାର୍ଯ୍ୟକାରିତା ଓ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ଦ୍ୱାରା ସଫଳ ହୋଇଥିବା ସେ କହିଛନ୍ତି ।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
ଜନସଚେତନତା ଓ ଜନଭାଗିଦାରୀ ଜରିଆରେ ଅପପୁଷ୍ଟି ବିପଦର ନିରାକରଣ ଉପରେ ଏକ ଆକର୍ଷଣୀୟ ଟୁଇଟ୍ ଥ୍ରେଡ୍।’’
******
P.S.
(Release ID: 1915261)
Read this release in:
Gujarati
,
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Tamil
,
Telugu
,
Malayalam