ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୮ ବର୍ଷ ପୂର୍ତ୍ତି ଅବସରରେ ମୁଦ୍ରା ଯୋଜନାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 08 APR 2023 8:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ ବର୍ଷ ପୂର୍ତ୍ତି ଅବସରରେ ମୁଦ୍ରା ଯୋଜନାକୁ ପ୍ରଶଂସା କରିଛନ୍ତି ।

ମାଇଁଗଭଇଣ୍ଡିଆର ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

#PMMudraYojana ପାଣ୍ଠି ନଥିବା ଲୋକଙ୍କୁ ପାଣ୍ଠି ଯୋଗାଇବା ସାଙ୍ଗକୁ ଅଗଣିତ ଭାରତୀୟଙ୍କୁ ସମ୍ମାନର ସହ ଜୀଇଁବା ଏବଂ ସେମାନଙ୍କ ସମୃଦ୍ଧି ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜି #8YearsOfMudraYojana ପାଳନ ଅବସରରେ ସେହି ବ୍ୟକ୍ତିମାନଙ୍କ ଉଦ୍ୟୋଗୀ ମନୋଭାବକୁ ସାଲ୍ୟୁଟ ଜଣାଉଛି, ଯେଉଁମାନେ ଏହାଦ୍ୱାରା ଲାଭାନ୍ୱିତ ହେବା ସହ ସମ୍ପଦ ସୃଜନକର୍ତ୍ତା ହୋଇ ପାରିଛନ୍ତି ।

ଏହି ଭିଡିଓ ମୁଦ୍ରା ଯୋଜନାର ତୀବ୍ରତା ଓ ବ୍ୟାପକତା ସମ୍ପର୍କରେ ଭଲ ଭାବେ ବୁଝାଇ ପାରିବ ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରଶଂସନୀୟ! ଆମ ଲୋକଙ୍କ କଠିନ ପରିଶ୍ରମକୁ ନମନ କରୁଛି ।

 

SR



(Release ID: 1914955) Visitor Counter : 106