ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁଶ୍ରୀ ଦୀପାଳି ଝାଭେରି ଓ ଶ୍ରୀ ଓଟା ଜାପାନର ଜୋଟୋ ଫାୟାର ଷ୍ଟେସନ ଦ୍ୱାରା ସମ୍ମାନିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
Posted On:
06 APR 2023 10:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗତ ଅକ୍ଟୋବରରେ ଟୋକିଓ ଠାରେ ଆୟୋଜିତ ଦାଣ୍ଡିଆ ମସ୍ତି ୨୦୨୨ରେ ଜଣେ ବ୍ୟକ୍ତିଙ୍କୁ ସିପିଆର ଓ ଏଇଡି ପ୍ରଦାନ କରି ତାଙ୍କ ଜୀବନ ରକ୍ଷା କରିଥିବାରୁ ଜାପାନରେ ରହୁଥିବା ଭାରତୀୟ ମହିଳା ସୁଶ୍ରୀ ଦୀପାଳି ଝାଭେରି ଓ ଶ୍ରୀ ଓଟାଙ୍କୁ ଜୋଟୋ ଫାୟାର ଷ୍ଟେସନ ଦ୍ୱାରା ସମ୍ମାନିତ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଭାରତ ସ୍ଥିତ ଜାପାନ ଦୂତାବାସର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଜାଣି ଖୁସି ଲାଗିଲା ଏବଂ ଏହା ପୀଡିତଙ୍କୁ ଠିକଣା ସମୟରେ ସହାୟତା ପ୍ରଦାନର ଗୁରୁତ୍ୱକୁ ଦର୍ଶାଉଛି ।”
SR
(Release ID: 1914462)
Visitor Counter : 114
Read this release in:
Bengali
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam