ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
Posted On:
03 APR 2023 9:55AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସାଂସଦ ଡଃ ରାଜଦୀପ ରାୟ ଏକ ଟ୍ୱିଟ ଶୃଙ୍ଖଳରେ ସିଲଚରର ବିକାଶ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ଶିକ୍ଷା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ଜଳ ଯୋଗାଣ, ପରିବେଶ, ପରିବହନ, ସୁଲଭ ମୂଲ୍ୟରେ ଆବାସ, ସୁରକ୍ଷା ନିରାପତ୍ତା ଅବା ସାର୍ବଜନୀନ ସେବା ଭଳି କ୍ଷେତ୍ରରେ ଏହି ଅଞ୍ଚଳରେ ଲୋକଙ୍କ ଆର୍ଥିକ କ୍ଷମତା ସହ ଜୀବନର ଗୁଣବତ୍ତା ବଢିଛି । ସିଜିଏଚଏସ ୱେଲନେସ ସେଣ୍ଟର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି) ଓ ଅନ୍ୟ ବିକାଶ ଉପକ୍ରମ ସମ୍ପର୍କରେ ମଧ୍ୟ କହିଛନ୍ତି, ଯାହା ସିଲଚର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିଛି ।
ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିକାଶମୂଳକ କାର୍ଯ୍ୟର ପରିଣାମ ସ୍ୱରୂପ ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ ହେଉଥିବାରୁ ବେଶ ଖୁସି ।”
SR
(Release ID: 1913348)
Visitor Counter : 102
Read this release in:
Bengali
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam