ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଷ୍ଟ୍ରୋ ନାଇଟ ସ୍କାଏ ଟୁରିଜିମ’ ପ୍ରୋତ୍ସାହନ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 29 MAR 2023 4:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୋଆ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଦ୍ୱାରା ‘ଆଷ୍ଟ୍ରୋ ନାଇଟ ସ୍କାଏ ଟୁରିଜିମ’ ପ୍ରୋତ୍ସାହନ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଟେଲିସ୍କୋପ ମାଧ୍ୟମରେ ରାତିର ଆକାଶ ଅବଲୋକନ କରିବାର ଅଭୁଲା ଅଭିଜ୍ଞତା ହାସଲ କରିବାକୁ ଲୋକେ ବହୁ ସଂଖ୍ୟାରେ ମୀରାମାର ବେଳାଭୂମି ଆସୁଛନ୍ତି ।

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏଭଳି ପ୍ରୟାସ ତ୍ୱରାନ୍ୱିତ ହେବା ସନ୍ତୋଷଜନକ । କିଛି ବର୍ଷ ପୂର୍ବେ ମନ କି ବାତ କାର୍ଯ୍ୟକ୍ରମର ଏକ ଅଧ୍ୟାୟରେ ଜ୍ୟୋତିର୍ବିଦ୍ୟାରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଚର୍ଚ୍ଚା ମଧ୍ୟ କରିଥିଲି ।”   

 

SR



(Release ID: 1912073) Visitor Counter : 99