ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଙ୍ଗାଲୋର ମେଟ୍ରୋର ହ୍ୱାଇଟଫିଲ୍ଡ (କାଦୁଗୋଡି) ରୁ କୃଷ୍ଣରାଜପୁରା ମେଟ୍ରୋ ଲାଇନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 MAR 2023 2:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଙ୍ଗାଲୋର ମେଟ୍ରୋର ହ୍ୱାଇଟଫିଲ୍ଡ (କାଦୁଗୋଡି) ଠାରୁ କୃଷ୍ଣରାଜପୁରା ମେଟ୍ରୋ ଲାଇନକୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ନୂତନ ଉଦଘାଟିତ ମେଟ୍ରୋରେ ଯାତ୍ରା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି:
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ ମେଟ୍ରୋରେ ଅଛନ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ।”
ହ୍ୱାଇଟଫିଲ୍ଡ (କାଦୁଗୋଡି) ମେଟ୍ରୋ ଷ୍ଟେସନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଟିକେଟ୍ କାଉଣ୍ଟରରୁ ଟିକେଟ କିଣିଥିଲେ ଏବଂ ପରେ ଏହି ପ୍ରଦର୍ଶନୀକୁ ବୁଲି ଦେଖିଲେ । ଏହା ପରେ ପ୍ରଧାନମନ୍ତ୍ରୀ ହ୍ୱାଇଟ ଫିଲ୍ଡ ମେଟ୍ରୋ ଲାଇନର ଉଦଘାଟନ ପାଇଁ ଫଳକ ଉନ୍ମୋଚନ କରି ମେଟ୍ରୋରେ ଯିବା ପାଇଁ ପ୍ଲାଟଫର୍ମ ଆଡକୁ ଯାଇଥିଲେ । ତାଙ୍କର ଏହି ଯାତ୍ରା ସମୟରେ ସେ ବାଙ୍ଗାଲୋର ମେଟ୍ରୋର ଶ୍ରମିକ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହେଲଟ୍ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ ମଧ୍ୟ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ସମଗ୍ର ଦେଶରେ ବିଶ୍ୱ ସ୍ତରୀୟ ସହରୀ ଗତିଶୀଳ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ ଧ୍ୟାନ ରହିଛି । ଏହା ଅନୁଯାୟୀ ୧୩.୭୧କିଲୋମିଟର ଦୈର୍ଘ୍ୟ ହ୍ୱାଇଟଫିଲ୍ଡ (କାଦୁଗୋଡି) ମେଟ୍ରୋ ଠାରୁ କୃଷ୍ଣରାଜପୁର ମେଟ୍ରୋ ଲାଇନ୍ ରିଚ୍-୧ ସମ୍ପ୍ରସାରଣ ପ୍ରକଳ୍ପର ବାଙ୍ଗାଲୋର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟକୁ ହ୍ୱାଇଟଫିଲ୍ଡ (କାଦୁଗୋଡି) ମେଟ୍ରୋ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ପ୍ରାୟ ୪୨୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ମେଟ୍ରୋ ଲାଇନର ଉଦଘାଟନ ବେଙ୍ଗାଲୁରୁରେ ଯାତ୍ରୀମାନଙ୍କୁ ଏକ ସ୍ୱଚ୍ଛ, ନିରାପଦ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବ, ଯାତାୟାତର ସହଜତା ବଢାଇବ ଏବଂ ସହରରେ ଟ୍ରାଫିକ ଭିଡ ହ୍ରାସ ପାଇବ ।
HS
(रिलीज़ आईडी: 1910750)
आगंतुक पटल : 171
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam